Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MANOJ KUMAR JENA

Children Stories Children

4.4  

MANOJ KUMAR JENA

Children Stories Children

କାଉ ବଗ କଳି

କାଉ ବଗ କଳି

1 min
214


କାଉ ବଗ ଦିନେ ଲାଗିଲେ କଳି

ବଗ କହେ ତୁହି ଅଟୁ ଲୋ କାଳି।


ରୂପ ମୋ ଅଟଇ ସମ ଚନ୍ଦ୍ରମା

ଅସନା ପାଖ ନଯାଏ ଜମା ।


ଝଙ୍କାଳିଆ ଗଛେ ବସା ଟି ମୋର

ପକ୍ଷୀ ରାଇଜରେ ମୋ'ର ଆଦର ।


ପିିିିଲାଏ ଦେଖିଣ ହୁଅନ୍ତି ଖୁସି

ମାଛ ଖାାଇଥାାଏ କୂଳରେ ବସି ।


ମଇଳା ଅଟଇ ତୋର ଆହାର

ରୂପଟି ତୋହର କଳା ଅଙ୍ଗାର ।


ବଗ କଥା ଶୁଣି କାଉ କହଇ

ପରିବେଶ ସଫା ମୋହରି ପାଇଁଁ ।


ମୋ ପାଇଁ ହୁଅଇ ବୀଜ ଵିକ୍ଷେପ

ପରିବେଶ ପାଇଁ ରୋପଇ ବୃକ୍ଷ ।


ମଣିଷ ର ଖାଦ୍ୟ କରୁ ଆହାର

ଦେଖାଉ ବଢିମା ଆଗରେ ମୋର ।


ଡେଙ୍ଗେଇ ଗୋଡ଼ୀ ତୁ ଅଟୁ ଚୋରଣୀ

ମାଛ ଧରି ଖାଉ ପାଣିରୁ ଛାଣି ।


 ପ୍ରଭାତେ ଲୋକଙ୍କୁ ଉଠାଏ ମୁଁହିଁ

ଅତିଥି ଆସିଲେ କହେ ମୁଁ ଯାଇ ।


ଘରେ ଘରେ ମୋର ଅତି ଆଦର

ମୋତେ ଦେଖି ଶିଶୁ କରେ ଆହାର ।


 କଳି ଶୁଣୁଥିଲେ ପିଲାଏ ଵସି

 କାଉ କଥା ଶୁଣି ଉଠିଲେ ହସି ।


ବଗ ମନେ ଆଉ ନଥିଲା ଖୁସି

ସରମରେ ଗଲା ସେଠାରୁ ଖସି ।

    


Rate this content
Log in