STORYMIRROR

Prakash Majhi

Classics Fantasy Inspirational

4  

Prakash Majhi

Classics Fantasy Inspirational

'ମା'

'ମା'

1 min
264

ବିଶାଳ ଏଇ ପୃଥିବୀ ଠାରୁ

ହୃଦୟ ତାର ବଡ଼

ଜନମ ନେଇ ତାହାରିି କୋଳେ

ଜିତୁ ପ୍ରେମର ଗଡ଼।


ସରଗ ସୁଖ ସତେ ଯେମିିତି

ଅପାର ସ୍ନେହ ରାଜି

ତାହାର ସ୍ଥାନ ଅତୁଳନୀୟ

ମିଳିବ ନାହିିଁ ଖୋଜି।


ପହିିିଲି ଛୁୁଆଁ କେତେ ଆନନ୍ଦ

ଫୁଲ ପରିକା କାନ୍ଦ,

ଛାତିରେ ରଖି କୋଳେଇ ନିିଏ

ପ୍ରେମରେ ହୋଇ ଅନ୍ଧ ।


ମା ସେ ଆମ ମମତାମୟୀ

ଭରଷା ଦୀପଶିଖା

ଆଲୋକ ଭରି ଦିଏ ସାହସ

ସବୁୁଟି ହୁଏ ଦେଖା।


ସୁଖରେ ସିଏ ଦୁଃଖରେ ସିିଏ

ଛାଡେନା କେବେ ପାଖ

ଛାଇ ପରିକା ସାଥିିରେ ରହି

ଲଢେ ଦୁନିଆ ଜାକ।

 

ନ ଖାଇଲେ ଖୁୁୁଆଇ ଦିିିଏ

ଅଝଟ ହେଲେ ଭାରି

ଆଙ୍ଗୁଠି ଧରି ଚାଲି ଶିିଖାଏ

ଜତନେ ଧରି ଧରି।


ମୁଣ୍ଡରେ କଳା ଟିିକାଟେ ଦେଇ

ନଜର ଦିଏ ଠେଲି

କଥା ଆରମ୍ଭ ତାହାରି ଠାରୁ 

କିଏ ପାରିବ ଭୁୁଲି।


ନ ଶୋଇଲେ ଶୁୁୁଆଇ ଦିିିଏ

ଆଉଁସି ଦେଇ ପାଦ,

ଜହ୍ନ ମାମୁଁର ଏମିତିି ଗପ

ଆଖିରେ ଦିଏ ନିିଦ।


ନିଜେ ନ ଖାଇ ଉପାସ ରହି

ଭରେ ମୁହଁରେ ହସ,

ତା ପାଇଁ ବଡ଼ ସନ୍ତାନ ସୁଖ

ନାହିଁ ଆରମ୍ଭ ଶେଷ ।


ରୋଗରେ କେବେ ପଡି ରହିଲେ

ରାତିରେ ଜଗି ବସେ,

ପ୍ରଭୁଙ୍କୁ ମାନସିକ ବିି କରି

ମିଛି ମିଛିକା ହସେ।


ଆଖିିିରେ ଆଶା ଓଠରେ ଭାଷା

ସବୁୁୁଠି ତାର ପ୍ରାନ୍ତ,

ମହାନ ସିଏ ସଦା ପୂୂଜିିିତା

ନାହିଁ ଯାହାର ଅନ୍ତ ।


ଭାବନା ତାର ଉଚ୍ଚ କୋଟିର

କହିିିଲେ ହେବ ଉଣା

ସପନେ ନାହିିଁ ଗୋପନ କଥା

ସବୁୁଠି ସିଏ ଜଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics