ମମତା
ମମତା
ମମତା ସତେ କେତେ ମଧୁର ଅନୁଭବର କଥା,
ଅନୁଭବୀ ହିଁ ବୁଝି ପାରଇ ମମତା କେତେ ମିଠା |
ସାରା ଦୁନିଆ ହୋଇଛି ପରା ମମତାଡୋରେ ବନ୍ଧା,
ମମତା ପାଇଁ ଯଶୋଦା ପାଶେ କୃଷ୍ଣ ହୋଇଲେ ବନ୍ଧା |
ପଶୁପକ୍ଷୀ ବି ବୁଝିପାରନ୍ତି ସ୍ନେହ ମମତା କଥା,
ମଣିଷ ହାତେ ଧରାଦିଅନ୍ତି ଛାଡି ଭୟର ଚିନ୍ତା |
ଛୋଟ ହେଲେବି ଜୀବଟି ତାର ନିରୀହ ଆଖି କହେ,
ମମତା ଅଛି ଯା ପାଶେ ମୁହିଁ ତା ପାଖକୁ ହିଁ ଯାଏ |
ନିରୀହତାର କଅଁଳ ଆଖି ମଣିଷଆଡେ ଚାହିଁ,
କହୁଛି ମୋତେ ନିଜରକଲେ ଯିବି ତୁମର ହୋଇ |
ସାଥୀ ପାଖରେ ମମତା ଦେଖି ମଷାଟି ଗଲାଭଳି,
ଖୁସିରେ ଚାହିଁ ହାତରେ ତାର ହାତକୁ ଦେଲା ତୋଳି |
ମମତା ପାଶେ ହାରମାନିଛି ଗୁଣ୍ଡୁଚିଟିର ଭୟ,
ବନ୍ଧୁତା ତୁମ ନିବିଡ ହେଉ ଜୟ ମମତା ଜୟ |
