STORYMIRROR

Md Hanif

Fantasy

4  

Md Hanif

Fantasy

ଗ୍ରୀଷ୍ମ

ଗ୍ରୀଷ୍ମ

1 min
215

    ଗ୍ରୀଷ୍ମ ର ମହାତାଣ୍ଡବ ତାତି  ବିସ୍ତାରିତ ହୁଏ...ଗଗନ ରୁ ଧରାଯାଏଁ ..!

ଫୁଲର ବାସ୍ନା ସବୁକୁ ଶୋଷି ନିଏ ଝାଉଁଳି ଯାଏ

ଫୁଲର ପାଖୁଡ଼ା ସବୁ...!

ଲଙ୍ଗଳା ହୋଇ ଯାଆନ୍ତି ଗଛ ସବୁ

ପତ୍ର ଝଡା ବେଶରେ ...

ପୁଣି ପୁଲ୍ଲକିତ ହୁଅନ୍ତି ଗ୍ରୀଷରେ ଗ୍ରୀଷ୍ମ ରେ..!

ଗଗନରେ ଥାଇ ବାଦଲ ଲୁଚି ଲୁଚି ଦେଖେ

ଧରଣୀ ରାଣୀ ମୁରୁକି ହସେ

କୃଷ୍ନଚୂଡା ର ନାଲି ଟହ ଟହ

ରଙ୍ଗରେ ସଜ୍ଜିତ ହୋଇ...!

ଗ୍ରୀଷ୍ମ ରେ ଚଉଦିଗେ

ରଜନୀଗନ୍ଧା ବାସେ...

ଅବିଳମ୍ବେ ମଲ୍ଲୀ ଚହଟେ...

ଉଜ୍ଜୀବିତ ହୁଅନ୍ତି ଥୁଣ୍ଟା ଗଛ ସବୁ

କଅଁଳିଆ ପତ୍ର ଭିଡ଼ରେ ଲୁଚି ଯାଆନ୍ତି..!

ଧୀର ହୋଇଯାଏ ନଦୀର ଧାର...

ବୁଲା ପଶୁ ଆହାର ପାଇଁ ଅଧିର...

ଲମ୍ବା ଧାଡ଼ି ରେ 

ନଦୀ ଗର୍ଭରେ 

ମୁହଁ ପୋତି ଦିଅନ୍ତି ନଦୀର ଥଣ୍ଡା ଗରମ ପାଣିରେ..!

ତୃଷ୍ଣାର୍ତ୍ତ ମଣିଷ 

ବି 

ମତୁଆଲା

ଆଖୁରସ, ତରଭୁଜ ଦହିଲସିରେ 

ବଢ଼ିଚୁରା ,ଶାଗଭଜା, ବାଇଗଣ ଭର୍ତା 

ସହ ବାସିପଖାଳରେ...!

ଦେହେ ଧଳା ବସ୍ତ୍ର ଆଖିରେ କଳା ଚଷମା ଲଗେଇ

ମୃଦୁପାନୀୟ ବୋତଲ ହାତେ ଧରି...

ଏ ଦିଲ୍ ମାଙ୍ଗେ ମୋର ସଂଳାପ କହି....

ଟିକ୍ ଟିକ୍ ଭିଡିଓ ବନାଏ ବିଭିନ୍ନ ଭଙ୍ଗୀରେ..!!

ଧୁଧୁ ଖରାବେଳେ ...

ବାରିପଟ ତୋରାଣି ହାଣ୍ଡିରେ ହାତେ ଲମ୍ବା ଜିଭ 

ବୁଲାଇ ଦେଇ ଖୁସି ହୁଏ ବୁଲା କୁକୁର..!!

ଦରଭଙ୍ଗା କୁଡ଼ିଆ ରେ...

ଧୁଡୁଧୁଡୁ ହାତରେ ...

ବୁଢୀ ମାଉସୀ 

ବରଡ଼ାପତିରିଆ ବିଞ୍ଚଣାରେ 

ଆଶ୍ଵାସନା ଦେଉଛି ବୟସର ଅପରାହ୍ନ ଶରୀର ର କୁ...!

ହେ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ଅବାଧରେ ଶହଶହ ଗଛ କାହିଁକି କାଟୁଛୁ ତୁ... ?

ଆଜିଠୁଁ ପଣ କର ରୋପି ଦବୁ କିଛି କିଛି ଚାରା 

ଆଷାଢ଼ ର ପହିଲି ବର୍ଷା ରେ ଭିଜି ଭିଜିକା.....!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy