ମମତାମୟୀ ଜନନୀ
ମମତାମୟୀ ଜନନୀ
ମମତାମୟୀ ଜନନୀ ମୋର
ହୃଦୟେ ଅଙ୍କା ଛବିଟି ତାର
ଜନମ ଦେଇ ଅଳି ଅର୍ଦ୍ଦଳି ସହି
ତା ଚରଣେ ଜୀବନ ବିକି ଦେଇଛି ମୁହିଁ ।
ମୁହଁ ଦେଖି ପେଟ ବୁଝଇ ମାଆ
ଜୀବନ ଯାତ୍ରାରେ ସେ ଏକାହିଁ ସାହା
ବହି ଯାଉ ଝଡ ଖଞ୍ଜା କି ବାଆ
ମାଆର ପଣତ ଆଶିଷ ଛାତ ଜାଣି ରଖିଥା ।
ମାେ ମାଟି ମାଆ ଏନ୍ତୁଡିଶାଳ
ପାଣି ପବନ ସତେ ବିରଳ
ମାେ ଗାଆଁ ମୁଣ୍ଡରେ ବରଓହଳ
ପଖାଳ କଂସା ଆଶେ ଆଜି ପ୍ରାଣ ବିକଳ ।
ହସି ହସି କେତେ ଯାତନା ସହେ
ଝୁଣ୍ଟି ପଡି ଗଲେ ଆହା ଯେ କୁହେ
ସରଗୁ ବଡସେ ମମତାର ଧାର ବୁହାଇ ଦିଏ
ମମତାମୟୀ ଜନନୀ ତାପରି ଆଉ କେ ନୁହେଁ ।।
କେତେ ରାତି ମାଆ ଉଜାଗରରେ
କେତେ ଯନ୍ତ୍ରଣା ସହିଛି ଆମ ପାଇଁରେ
ତା ପ୍ରତି ଇଚ୍ଛା ଆବେଗ ପାଖରେ
ପାଦ ତଳେ ତାର ମାେ ମଥାନତ ଅଚିରେ ।