STORYMIRROR

Gangotri Priyadarshini

Classics Fantasy Inspirational

4  

Gangotri Priyadarshini

Classics Fantasy Inspirational

ମମତାମୟୀ ଜନନୀ

ମମତାମୟୀ ଜନନୀ

1 min
168


ମମତାମୟୀ ଜନନୀ ମୋର 

ହୃଦୟେ ଅଙ୍କା ଛବିଟି ତାର

ଜନମ ଦେଇ ଅଳି ଅର୍ଦ୍ଦଳି ସହି

ତା ଚରଣେ ଜୀବନ ବିକି ଦେଇଛି ମୁହିଁ ।


ମୁହଁ ଦେଖି ପେଟ ବୁଝଇ ମାଆ

ଜୀବନ ଯାତ୍ରାରେ ସେ ଏକାହିଁ ସାହା

ବହି ଯାଉ ଝଡ ଖଞ୍ଜା କି ବାଆ

ମାଆର ପଣତ ଆଶିଷ ଛାତ ଜାଣି ରଖିଥା ।


ମାେ ମାଟି ମାଆ ଏନ୍ତୁଡିଶାଳ

ପାଣି ପବନ ସତେ ବିରଳ

ମାେ ଗାଆଁ ମୁଣ୍ଡରେ ବରଓହଳ

ପଖାଳ କଂସା ଆଶେ ଆଜି ପ୍ରାଣ ବିକଳ ।


ହସି ହସି କେତେ ଯାତନା ସହେ

ଝୁଣ୍ଟି ପଡି ଗଲେ ଆହା ଯେ କୁହେ

ସରଗୁ ବଡସେ ମମତାର ଧାର ବୁହାଇ ଦିଏ

ମମତାମୟୀ ଜନନୀ ତାପରି ଆଉ କେ ନୁହେଁ ।।


କେତେ ରାତି ମାଆ ଉଜାଗରରେ

କେତେ ଯନ୍ତ୍ରଣା ସହିଛି ଆମ ପାଇଁରେ

ତା ପ୍ରତି ଇଚ୍ଛା ଆବେଗ ପାଖରେ

ପାଦ ତଳେ ତାର ମାେ ମଥାନତ ଅଚିରେ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics