ଯମୁନା ବାଈ
ଯମୁନା ବାଈ
ସଞ ସରିକି ଆକାଶରେ
ଜହ୍ନ ଆସେ ରାଜୁତି କରେ
ମାଳ ମାଳ ତାରା ସବୁ
ସଜ୍ଜିତ ହୁଏ ଫୁଲ ପେନ୍ଥା ରେ ।
ଠିକ୍ ସେତିକି ବେଳେ
ବିଲେଇର କାନ୍ଦ,
ବିଲୁଆର ଡାକ,
କୁକୁର ଭୁକୁଛି
ପୁରା ସାଇ ଯାକ
ରାସ୍ତା ଶୋଇଛି
ଚେତା ହରାଇ
କ୍ଲାନ୍ତ ଶରୀରକୁ
ଭୂଇଁରେ ଗଡ଼ାଇ ।
ତିନି ଦିନ ହେଲା
ତିନି ରାତି ଗଲା
କିଛି ଖାଇ ନାହିଁ
ଯମୁନା ବାଈ ।
ପ୍ରାଣ ବିକଳରେ
ବୁକୁ ଫଟେଇ
ମାଗୁଛି ଭାତ
କାକୁସ୍ଥ ହୋଇ,
ଡାକରେ ତା'ର
ଏତେ ଆତୁର
ଆଗରୁ କେବେ
କେହି ଦେଖିନାହିଁ ।
ଦିନ ଥିଲା ଯିଏ
ନାଲି ଆଖିରେ
କମ୍ପାଉ ଥିଲା
ସାରା ନଗର,
ଆଜି ତା'ର ଦୁର୍ଦ୍ଦଶା
ପେଜ ଟିକେ ପାଇଁ
କେତେ ଲୋକହସା ।
କେହି ଜଣେ ଦେଲା
ମୁଠେ ପଖାଳ
ଖାଇଲା ଯମୁନା
ହୋଇ ଵିକଳ ।
ସକାଳ ସରିକି ଦେଖ
ଯମୁନାର ହେଲା ପରଲୋକ ।
