ଯୌବନ
ଯୌବନ
ସିଏ ଝଡ଼ର ପବନ
ମୁଠେଇ ହେବନି ତାକୁ
ବନ୍ୟାର ସୁଅ
ଅଟକେଇବା ଅସମ୍ଭବ
ମୁଷଳ ଧାରାର ବର୍ଷା ସେ
ଓଦା କରିବା ତା ସ୍ବଭାବ।
ସିଏ
ବୈଶାଖୀ ମଧ୍ୟାହ୍ନ ଝାଞ୍ଜି
ଅସହ୍ୟ ତାର ତାତି
ଥମ୍ ଥମ୍ ଅନ୍ଧାର ରାତିର
ସନ୍ ସନ୍ ନୀରବତା
ଯେ କେହି ଡରିବ ହିଁ ଡରିବ।
ସିଏ
ଅନ୍ୟର ଆଖିକୁ
ସହଜରରେ ଓଦା କରି ଦେଇପାରେ
ଅନ୍ୟର ଛାତିରେ
ଫୋଡିଦଏ
ତତଲା ଲୁହା ଛଡ଼।
ତାକୁ ଛୁଇଁଲେ
ପାଣି ହୁଏ ନିଆଁ
"ଯୌବନ"
ସେ ଯାଦୁର ନଗରୀ।
