STORYMIRROR

Satyabati Swain

Fantasy Others

3  

Satyabati Swain

Fantasy Others

ଯୌବନ

ଯୌବନ

1 min
179

ସିଏ ଝଡ଼ର ପବନ

ମୁଠେଇ ହେବନି ତାକୁ

ବନ୍ୟାର ସୁଅ

ଅଟକେଇବା ଅସମ୍ଭବ

ମୁଷଳ ଧାରାର ବର୍ଷା ସେ

ଓଦା କରିବା ତା ସ୍ବଭାବ।


ସିଏ

ବୈଶାଖୀ ମଧ୍ୟାହ୍ନ ଝାଞ୍ଜି

ଅସହ୍ୟ ତାର ତାତି

ଥମ୍ ଥମ୍ ଅନ୍ଧାର ରାତିର

ସନ୍ ସନ୍ ନୀରବତା

ଯେ କେହି ଡରିବ ହିଁ ଡରିବ।


ସିଏ

ଅନ୍ୟର ଆଖିକୁ

ସହଜରରେ ଓଦା କରି ଦେଇପାରେ

ଅନ୍ୟର ଛାତିରେ

ଫୋଡିଦଏ

ତତଲା ଲୁହା ଛଡ଼।


ତାକୁ ଛୁଇଁଲେ

ପାଣି ହୁଏ ନିଆଁ

"ଯୌବନ"

ସେ ଯାଦୁର ନଗରୀ।


Rate this content
Log in

Similar oriya poem from Fantasy