Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Rath

Tragedy

3  

Subrat Rath

Tragedy

ଯାଯାବର

ଯାଯାବର

1 min
142


ଥିଲି ମୁଁ ଏକ ନିରୀହ ରାଜକୁମାର

ସ୍ନେହ ମମତା ପାଇବାର ଲୋଭ ଥିଲା ମୋର

ଗଢ଼ି ଚାଲିଥିଲି ସମ୍ପର୍କର ସେତୁ

ସମସ୍ତଙ୍କୁ କରି ଆପଣାର।


ଲାଭ ଥିଲା ଯାକେ ସମ୍ପର୍କ ରଖିଲ

କାମ ସରିଗଲା କରିଦେଲ ପର

ଚିହ୍ନି କି ଅଚିହ୍ନା ହେଲ

କରିଦେଲ ମୋତେ ରାସ୍ତା ର ଫକୀର।


କାହାକୁ କହିବି ଏ ଛାତିର ବ୍ୟଥା

ଶୁଣିବାକୁ ଅଛି କିଏ

ଯାହାକୁ ନିଜର ଭାବିଲି ମୋ ଜୀବନେ

ଧୋକା ଦେଲା ମୋତେ ସିଏ।


ନା ଅଛି ଘର ନା ଠିକଣା ମୋର

ନାହିଁ ମୋର କିଛି ପରିଚୟ

ଜୀବନ ସ୍ରୋତରେ ଲିଭିଗଲା ସବୁ

ଆଜି ମୁଁ ସମସ୍ତଙ୍କ ପାଇଁ ଅପ୍ରିୟ।


ଚାଲିଛି ମୁଁ ଆଜି ହୋଇ ଦିଶାହିନ

ନାହିଁ କେହି ମୋର ଆପଣାର

ଜୀବନ ଇତିହାସରେ ଲିଭିଯାଏ ପଦଚିହ୍ନ

ଆଜି ମୁଁ ସମସ୍ତଙ୍କ ପାଇଁ ଏକ ଯାଯାବର, ଯାଯାବର।


Rate this content
Log in

Similar oriya poem from Tragedy