Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Nanda

Tragedy

4.0  

Alaka Nanda

Tragedy

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
199


ପ୍ରେମ ରେ ପାଗଳ ହେଲି ମୁଁ କେବେ,

ଏକାନ୍ତ ରେ ବସି ଭାବେ ମୁଁ ଏବେ।


ସମାଜ ର ସବୁ ବନ୍ଧନ ଭାଙ୍ଗି,

ଘର ଛାଡିଥିଲି ପ୍ରେମିକ ଲାଗି।


 ପିତା ମାତାଙ୍କର କରୁଣ ବିଳାପ,

ନ ବାଜିଲା କାନେ ,କଲି ମୁଁ ପାପ।


ପ୍ରେମର ଅର୍ଥ ମୁଁ ଜାଣି ନ ଥିଲି,

ପ୍ରେମ ପାଇଁ କେଡେ ଭୁଲ ମୁଁ କଲି।


ପ୍ରେମିକର ହାତେ ମୋ ହାତ ଦେଇ,

ଜୀବନ ଯାତ୍ରା ରେ ଗଲି ଆଗେଇ।


ଅଧା ବାଟ ଯାଏ ଯାଇ ତ ଥିଲି,

ପ୍ରେମିକ ମୋ ହାତ ଦେଲା ଯେ ଛାଡି।


କଚଡା ଖାଇ ରାସ୍ତାରେ ପଡିଲି,

ସେଦିନ ପ୍ରେମ କୁ ବୁଝି ମୁଁ ଗଲି।


ପ୍ରେମ ର ଅଛି ଯେ ଅନେକ ରୂପ,

ଜାଣି କଲି ପୁଣି ପ୍ରେମ ନିଷ୍ପାପ। 


ନିଷ୍ପାପ ପ୍ରେମ ରେ ଧୋକା ଯେ ନାହିଁ,

ଆଜି ମୁଁ ବଞ୍ଚି ଚି ସେ ପ୍ରେମ ପାଇଁ ।


Rate this content
Log in

Similar oriya poem from Tragedy