STORYMIRROR

Santosh Kumar Ojha

Tragedy

3  

Santosh Kumar Ojha

Tragedy

ଠିକ୍ ତମେ ଗଲାପରେ

ଠିକ୍ ତମେ ଗଲାପରେ

1 min
257

ତମେ ଗଲା ପରେ

ଜହ୍ନଟା ମଳିନ ଏତେ

ରାତିଟା ଉଦାସ,

କେମିତି କେମିତି ଲାଗେ

ଆକାଶଟା, ସମୟ ନିଶ୍ଚୁପ

ପବନ ପାଏନି ନିଶ୍ବାସ ।

ସ୍ମୃତି ଆଉ ସ୍ବପ୍ନଙ୍କ ଭିତରେ

ବ୍ୟବଧାନ କେମିତି ମାପିବି ?

ବରଂ କାମନା ବାସନା ସବୁକୁ

ଜାଳି ଦେଇ ନିଜେ ଜଳି ଯିବି

ସଳିତା ଟେ ପରି ଅଂଧାରରେ,

ହୁଏତ କିଛି ସମୟ

ଭଲ ଲାଗି ପାରେ

ଠିକ୍ ତମେ ଗଲା ପରେ ।

ତମେ ଗଲାପରେ

ଫଗୁଣ ଆସେ ହସେନି

ଫୁଲ ଫୁଟେ ବାସେନି

ମେଘ ଭାସେ, ବର୍ଷା ହେଇ ଖସେନି

ଶୀତ ରୁଷେ, କାହା ସହ ମିଶେନି

ମଳୟ ଅଥୟ

ଦିଗ ହରେଇଛି ସମୟ

ହଳଦୀ ବସନ୍ତ ଅଧିରା

କୋଇଲି ର ସ୍ବର ବେସୁରା

କେବେ କେବେ

ଜହ୍ନରୁ ଜୋଛନା

ଲୁହ ହେଇ ଝରେ

ଠିକ୍ ତମେ ଗଲାପରେ ।

ତମେ ଗଲାପରେ

ଡାକେ ନାହିଁ ଗାଅାଁ

ଖୋଜେ ନାହିଁ ମାଅା

ଖୋଜେ ନାହିଁ ମାଟି

ଖୋଜେ ଖାଲି ଭାଟି

ପାଦ ଖୋଜେ କଣ୍ଟା ବାଡ଼

ନିଦ ଖୋଜେ ରାସ୍ତା କଡ଼

ନିତି ମରି ନିତି ଜୀଏଁ

ସ୍ମୃତିରେ ସ୍ମୃତିରେ

ଠିକ୍ ତମେ ଗଲାପରେ ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy