ସ୍ମୃତି ଟିଏ ପ୍ରେମର
ସ୍ମୃତି ଟିଏ ପ୍ରେମର
ହୋଇଗଲେ ରାତି
ଜନ୍ଦାଏ ଯେ ସ୍ମୃତି
ନିଦ ଆସେନି ନୟନେ,
ଅସର ହେଉଛି
ରାତି ଟା ସତରେ
ଏକା ଯେ ପ୍ରିୟା ବିହୁନେ।
ଅନୁରୋଧ କଲି
କେତେ ଯେ ସ୍ମୃତିକୁ
ନ ଆସୁ ପାସରେ ମୋର,
ଅମାନିଆ ହୋଇ
ଆସଇ ସଦା ଯେ
ଦିବସ ଯେ ରଜନୀର।
କି କରିବି ପ୍ରିୟେ
ତୁମେ ନ ଆସିଣ
ସ୍ମୃତିକୁ ପଠାଅ କାହିଁ,
ସ୍ମୃତି ଆସି ସଦା
କରେ ଆନ ମନା
କି କରି ପାରିବି ମୁହିଁ।