Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Children

4  

ବି. ନିରୁପମା

Action Inspirational Children

ଯା' ଯାଆରେ ଗୁଡ଼ି ଯା'

ଯା' ଯାଆରେ ଗୁଡ଼ି ଯା'

1 min
350



ଯା' ଯାଆରେ ଗୁଡ଼ି ଯା'

    ଦୂର ଆକାଶେ ଉଡ଼ି ଯା'

ସେଇଠି ପରା ଜହ୍ନ ରାଇଜ,

   କରିବୁ ଯାଇ ମନ ମଉଜ ।


ସଞ୍ଜ ହୋଇଲେ ତାରାଙ୍କ ମେଳେ,

କଣେଇ ଟିକେ ଚାହିଁବୁ ତଳେ ।

ସରାଗେ ଆଖି ମିଟିକା ମାରି

   ଡାକିବୁ ମୋତେ ଆ' ।

ଯା' ଯାଆରେ ଗୁଡ଼ି ଯା'

   ଦୂର ଆକାଶେ ଉଡ଼ି ଯା' ।


ସୁରୁଜ ଦୂର ଆକାଶେ ଥାଇ,

ନଦୀ, ସାଗର ଜଳକୁ ନେଇ ।

ବଉଦ କରି ଅଛନ୍ତି ରଖି,

ଚଳପ୍ରଚଳ କରିବୁ ଦେଖି ।


କଳା ମେଘଟି ବରଷା ହୋଇ,

ଝରଇ ଯେବେ ହସଇ ମହୀ ।

ଭିଜିଲେ ଜଳେ ପଡ଼ିବୁ ତଳେ

ଆଗୁଁ ସଜାଗ ଥା'।

ଯା' ଯାଆରେ ଗୁଡ଼ି ଯା'

     ଦୂର ଆକାଶେ ଉଡ଼ି ଯା' ।



Rate this content
Log in

Similar oriya poem from Action