Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Romance Action

3  

SUJATA DAS

Romance Action

ଅଭିଳାଷ

ଅଭିଳାଷ

1 min
193



ହଜିଯାଇଥିଲେ 

  ଖୋଜିବାକୁ ହୁଏ

     ପାଇବାର ଅଭିଳାଷେ

ପାଇଗଲେ ଥରେ

   କୋଟିନିଧି ମିଳେ

     ସନ୍ତୁଷ୍ଟିର ଅନୁପ୍ରାସେ.l

ଖୋଜିବା ହୃଦୟ

   ଏକା ଅନୁଭବେ

     ଖୋଜିବାର ବ୍ୟାକୁଳତା

ଆନ କେ ବୁଝିବ

   ଗୋପନ ବେଦନା

     ଅଜ୍ଞାତ ସେ ନୀରବତା.l

ନୀରବତା ବୁଝେ

   ନୀରବର ଭାଷା

     ହୃଦୟକୁ ଛୁଇଁ ଯାଏ

ଭିଜିଯାଏ ଆଖି

   ଗୋପନେ ଏକାନ୍ତେ

     ଓଠ କିନ୍ତୁ ହସୁଥାଏ.l

ମନ ଯାଯାବର

   ରଖେନା ଖବର

     ପାପ ପୂଣ୍ୟ ଅଭିଧାନ

ହୃଦୟ ପୁସ୍ତକେ

  ବ୍ୟଥାର କାହାଣୀ

     ଅଦୃଶ୍ୟ ଗୁପ୍ତେ ଗୋପନ.l

ସବୁ ବାଟ କେବେ

   ବତାଇ ପାରେନି

     ଠିକ ଭୁଲ ପାଖ ଦୂର 

ମିଛ ମଣିଷର

   ମୁଖା ତଳେ ଥିବା

     ପରିଚୟ ବାଟୋଇର.l

ସବୁ ସମ୍ପର୍କରେ

   ଲୁଚିଥାଏ ସ୍ୱାର୍ଥ

      ହୃଦୟ ପାରେନି ବୁଝି

ସମ୍ମୋହନେ ଭିଜେ

   ଆବାହନେ ହଜେ

      କପଟ ଛନ୍ଦରେ ମଜ୍ଜି l

ବାଟ କିବା ବୁଝେ

   କାହାର ହୃଦୟ

     ଛଳନା କି ପ୍ରତାରଣା

କିଏ କେଉଁ ଛଳେ

  ହାତ ଧରି ଚାଲେ

     କରିପାରେନି କଳନା.l

ଆଖି ଭୁଲିଯାଏ

   ହୃଦୟ ଭୁଲେନି

      ଲହୁଭିଜା ଉପନ୍ୟାସ

ପୃଷ୍ଠା ପରେ ପୃଷ୍ଠା

   ସାଇତି ରଖେ ସେ

     ଅଲିଭା ସେ ଇତିହାସ.ହଜି I



Rate this content
Log in

Similar oriya poem from Romance