Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ମନ

ମନ

1 min
200



କ୍ରିୟାଶୀଳ ଶରୀରର ଜୀବନୀ ଶକ୍ତି ହିଁ ଜୀବନ

ଏ ଜୀବନକୁ ପରିଚାଳିତ କରୁଥାଏ ମନ

ଏ ମନକୁ ନା ଦେଖି ହୁଏ ନା ହୁଏ ଛୁଇଁ

କେବଳ ଅନୁଭବ କରି ହୁଏ ତାକୁ ଜାଗ୍ରତରେ 

ଥାଏ ମଣିଷର ଜ୍ଞାନ ପରିଧିର ବଳୟ ଭିତରେ

ପ୍ରତିଟି ଶରୀରର ରୂପ ରଙ୍ଗ ଗୁଣ ପରି  

ମନ ହୋଇଥାଏ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷରେ

ଏ ମନ ଯାହାର ବି ଯେମିତି ହେଉ

ରହିଥାଏ ସେ ସଦାସର୍ବଦା ସ୍ଵାଧୀନ ସ୍ଵତନ୍ତ୍ର 

ମନ ହିଁ ମନର ଶକ୍ତିକୁ କରେ ସମୀକ୍ଷା 

ତାର ଚିନ୍ତା ଚେତନାକୁ କରିଥାଏ ପରିପ୍ରକାଶ

ମନ ଆକାଶ ପରି ବିଶାଳ ଅନନ୍ତ ଅମାପ

ସମୁଦ୍ର ପରି ଦିଗନ୍ତ ବିସ୍ତାରି ଅକଳନ ଦୂର

ଥାଏ ଚେତନା ଭିତରେ ହୋଇ ସୂ଼କ୍ଷ୍ମରୁ ଅତିସୂକ୍ଷ୍ମ

ନାହିଁ ତା'ର କିଛି ନିର୍ଦ୍ଦିଷ୍ଟ ଆକାର ପ୍ରକାର

ମନ ଇଚ୍ଛା ମାତ୍ରେ ଉଡି ପାରେ ସାରା ଆକାଶ

ପାରି ବି ହୋଇ ପାରେ ସାତ ସମୁଦ୍ର ତେର ନଈ

ଲଙ୍ଘି ମଧ୍ୟ ପାରେ ଦୁର୍ଗମ ଉଚ୍ଚତମ ହିମାଳୟ

ମନର ଗତି ସବୁ ଯାନର ଗତିଠାରୁ ଅଧିକ

ମନର ମୂଳରେ ଏ ସାରା ଜଗତ

ମନ ଚାହେଁ ଅପର୍ଯ୍ୟାପ୍ତ ସୁଖ ଶାନ୍ତି ଆନନ୍ଦ

ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟର କରିବାକୁ ଉପଭୋଗ 

ତା' କଳ୍ପନାର କଳ୍ପ ରହେ ଅପରିମେୟ

ନିଜର ବୁଦ୍ଧି ବିବେକ ଜ୍ଞାନ ବଳରେ 

ଜଣେ ଯେତିକି ପାରେ ମନକୁ ନିୟନ୍ତ୍ରଣ କରି 

ସେ ସେତିକି ତା'ଠୁ ପାଏ ପ୍ରେରଣାର ଶକ୍ତି

ଶ୍ରମ ସାଧନାରେ ହୋଇଥାଏ ତାର ବିକାଶ

ମନକୁ ବୁଝିବା ଆଉ ବୁଝାଇବା ପାଇଁ ତ

ସଂସାରର ସବୁ ସମ୍ବଳ କରି ଚାଲିଛି ପ୍ରାୟାସ

ବେଦ ଶ୍ଳୋକର ଅମୃତ ବାଣୀ ବୁଝାଏ 

ମନ ହିଁ ମଣିଷର ବନ୍ଧନ ଓ ମୁକ୍ତିର କାରଣ। 

     


Rate this content
Log in

Similar oriya poem from Abstract