STORYMIRROR

Kabiratna Nutan Kumar Behera

Abstract Inspirational

4  

Kabiratna Nutan Kumar Behera

Abstract Inspirational

ତୁମେ ମହାନ ସୃଷ୍ଟିର ସ୍ରଷ୍ଟା

ତୁମେ ମହାନ ସୃଷ୍ଟିର ସ୍ରଷ୍ଟା

1 min
3

   

ହେ ମହାପ୍ରଭୁ !

ତୁମେ ମହାନ ସୃଷ୍ଟିର ସ୍ରଷ୍ଟା

       ତ୍ରିକାଳର ଅଟ ଦିବ୍ୟଦ୍ରଷ୍ଟା,

ଜ୍ଞାନ ଗାରିମାର ଉପଦେଷ୍ଟା

     ପାଦେ ତୁମର ଥାଉ ମୋ ନିଷ୍ଠା।

ପରଂବ୍ରହ୍ମ ସ୍ବରୂପେ ତ୍ରିଦେବ

       ରଚି଼ଛ ତୁମେ ଅନନ୍ୟ ଭବ,

ସାରା ବ୍ରହ୍ମାଣ୍ଡେ ଏ ଅଭିନବ

       ଆନନ୍ଦେ ରହିଛନ୍ତି ସଜୀବ।

ସୁନ୍ଦର ପ୍ରକୃତି ଅନୁପମ

      ସୌରଜଗତେ ନାହିଁ ତା' ସମ,

ଭୂମିରୁ ଭୂମା ଯେ ସର୍ବୋତ୍ତମ

      ଆଦି ଅନ୍ତ ନାହିଁ ଏ ଅସୀମ।

ସୂର୍ଯ୍ୟ ଚନ୍ଦ୍ର ଦିଅନ୍ତି ଆଲୋକ

       ଆଲୋକିତ ହୁଅଇ ମୂଲକ,

ଋତୁ ପରେ ଋତୁରେ ଭୂଲୋକ

     ଯୋଗାଏ ସବୁ ଯା' ଆବଶ୍ୟକ।


ହେ ମହାପ୍ରଭୁ !

ମାନବେ ଦେଇଛ ଦିବ୍ୟଜ୍ଞାନ

      ତା' ବଳେ କରଇ ଉଦ୍ଭାବନ,

ଅଗ୍ରଗତି ପଥରେ ବିଜ୍ଞାନ

      ସମସ୍ୟାର କରେ ସମାଧାନ।

ବୁଦ୍ଧି ବିବେକ ବିଚାର ଶକ୍ତି

     ମନେ ପ୍ରାଣେ ଆଣେ ଭାବଭକ୍ତି,

ରଖି ତୁମଠାରେ ଅନୁରୋକ୍ତି

       ପ୍ରକାଶେ ହୃଦୟୁ ଅଭିବ୍ୟକ୍ତି।

ଶ୍ରମ ସାଧନେ ଦେଖାଅ ମାର୍ଗ

        ଶାନ୍ତି ଲଭନ୍ତି ସକଳ ବର୍ଗ,

ଜୀବନକୁ କରି ଯେ ଉତ୍ସର୍ଗ

        ମର୍ତ୍ତ୍ୟପୁରକୁ କରନ୍ତି ସ୍ବର୍ଗ।

ଅସାଧ୍ୟ ସାଧନେ ରଖି ଚେଷ୍ଟା

     ଉଦ୍ୟମେ ଦେଖାନ୍ତି ପରାକାଷ୍ଠା,

କୃପାରେ ପାଇଛି ଜୀବନଟା

      ତୁମେ ମହାନ ସୃଷ୍ଟିର ସ୍ରଷ୍ଟା।

ହେ ମହାପ୍ରଭୁ !


   



Rate this content
Log in

Similar oriya poem from Abstract