STORYMIRROR

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ଘର ମୋର ଆହା କି ସୁନ୍ଦର

ଘର ମୋର ଆହା କି ସୁନ୍ଦର

1 min
2

     

     ( ରାଗ -- ବିଭାସ କେଦାର )


ଘର ଅଟେ ମୋର ଆହା କି ସୁନ୍ଦର,

       ମର୍ତ୍ତ୍ଵେ ସ୍ବର୍ଗପୁର ଲାଗେ ମନୋହର।

ଇଟା ବାଲି ଗୋଡ଼ି ସିମେଣ୍ଟରେ ଗଢ଼ି,

       ରଙ୍ଗ ତହିଁ ବୋଳି ରଖୁ ଯେ ସଜାଡ଼ି।

ସୁନ୍ଦର ଅଗଣା ହସର ଝରଣା,

        ଦିଅଇ ପ୍ରେରଣା ଦେଖାଏ ଠିକଣା।

ଘରର ଭିତର ମନ ପସନ୍ଦର 

       ରହି ଧିର ସ୍ଥିର  ପଢ଼ା କରେ ମୋର।

ପିତା ମାତାଙ୍କର ହାତେ ଗଢ଼ା ଘର,

        ସ୍ନେହ ମମତାର ସେ ଆଶିଷ ଝର।

ଦେବାଦେବୀ ରୂପେ ଥାଆନ୍ତି ସମୀପେ,

         ଉନ୍ନତିର କଳ୍ପେ ରୁହନ୍ତି ସଂକଳ୍ପେ।

ଜୀବନ୍ତ ପ୍ରତିମା ସୁଖ ଶିରୀ ସୀମା,

          ଘରର ସୁଷମା ତାଙ୍କରି ମହିମା।

ଦିଅଁ ରୂପେ ପୂଜି ରହେ ଧ୍ୟାନେ ମଜି,

       ଧନ ଜ୍ଞାନ ଅର୍ଜି ଶାନ୍ତି ପାଏଁ ଖୋଜି।

ମାଆ'ର ମମତା ସ୍ଵଚ୍ଛ ଶୁଭ ଚିନ୍ତା,

        କରି ସହାୟତା ଆଣେ ସାର୍ଥକତା।

ବାପାଙ୍କର ତ୍ୟାଗ ଗଢ଼ିଦିଏ ଭାଗ୍ୟ,

     ଭାବି ତା' ସୁଯୋଗ କରେ ଉପଯୋଗ।

ଚରଣେ ତାଙ୍କର କରି ମୁଁ ଜୁହାର,

         ଆନନ୍ଦ ଆପାର ପାଉଥାଏ ଚିର।

ତାଙ୍କ ପାଇଁ ଘର ଆମ ପରିବାର

        ସୁଖରେ ସଂସାର ହସେ ନିରନ୍ତର।

ଘରଟି ମୋହର ଅଟଇ ମନ୍ଦିର,

         ପରିବେଶ ତାର ସ୍ବଚ୍ଛ ନିର୍ବିକାର।

ମୋ ଭାଇ ଭଉଣୀ ସାଥେ ରହି ପୁଣି,

         ଆପଣାର ମଣି କରାନ୍ତି ଅଗ୍ରଣୀ।

ପବିତ୍ର ହୃଦୟେ ଭାବ ବିନିମୟେ,

       ରୁହନ୍ତି ସଦୟେ ଅଭୟେ ନିର୍ଭୟେ।

ପରସ୍ପରେ ଶ୍ରଦ୍ଧା ଆମ ପାଇଁ ସୁଧା,

       ଘୁଞ୍ଚାଇ ମୋ ବାଧା ଦିଅଇ ସୁବିଧା।

ପରିବାର ଲାଗି ହୋଇ ଅନୁରାଗୀ,

        ରହି ଥାଏଁ ଜଗି ହୁଏଁ ସହଭାଗୀ।

ସୁଖର ଭଣ୍ଡାର ଅଟଇ ଯେ ଘର,

        ଜଗତେ ତାହାର ନାହିଁ ପଟାନ୍ତର।

ଘର ଅଟେ ମୋର ସବୁଠୁ ସୁନ୍ଦର,

         ସଂପର୍କ ଆମର ରଖଇ ମଧୁର।।


Rate this content
Log in

Similar oriya poem from Abstract