Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ନାହିଁ କି ମୋ ପ୍ରଶ୍ନର ଉତ୍ତର

ନାହିଁ କି ମୋ ପ୍ରଶ୍ନର ଉତ୍ତର

1 min
7


  

ଜୀବନର ଯଜ୍ଞରେ ଆମେ ଉତ୍ସର୍ଗୀକୃତ 

ବୁଝାମଣା ରଖିବାକୁ ଦୃଢ଼ ନିର୍ବିକାର

ମନରୁ ଶଙ୍କା ସନ୍ଦେହର ଦ୍ଵନ୍ଦ୍ଵ କରିବାକୁ ଦୂର

ଯେବେ ବି ତୁମେ ଯା' ପ୍ରଶ୍ନ କର ମୋତେ 

ଶୁଣିବା ମାତ୍ରେ ନିଃସଂକୋଚରେ ମୁଁ 

ସ୍ପଷ୍ଟ ପ୍ରାଞ୍ଜଳ କରି ଦିଏ ତାର ଉତ୍ତର

ଜଣାଏ ତୁମକୁ ମୋ ହୃଦୟଟା ଏକ ସ୍ଫଟିକ

ତୁମ ଭାବ ଭାବନାରେ ହିଁ ହୁଏ ସ୍ପନ୍ଦିତ 

ତୁମ ନିକଟରେ ମୋ ଜୀବନଟା 

ଏକ ଖୋଲା ମେଲା ନିବୁଜ ଲଫାପାର ଚିଠି

ତୁମ ତ ପଢ଼ି ନିଅ ଏକ ପଲକରେ

ତୁମ ବ୍ୟତିରେକ ନାହିଁ ମୋର

ଏ ଦୁନିଆଁରେ କିଛି ସ୍ଵତନ୍ତ୍ର ପରିଚୟ

ଦୁଇ ହାତ ଆମର ଯୋଡ଼ି ଦେଇ ପୁରୋହିତ

ବେଦୀରେ ପକାଇଲେ ହାତଗଣ୍ଠି ଯେବେଠୁ 

ପବିତ୍ର ବେଦ ମନ୍ତ୍ରର ଉଚ୍ଚାରଣରେ 

ନେଲୁ ଆମେ ଦୁହେଁ ଏକତ୍ର ସାତ ଫେରି 

ବନ୍ଧା ହେଲା ଦୁଇଟି ଜୀବନ ଏକ ସଂପର୍କରେ

ଉଭୟେ ସଂକଳ୍ପ ନେଲୁ ମୁଣ୍ତପାତି 

ତ୍ରେତିଶ କୋଟି ଦେବାଦେବୀଙ୍କୁ ସାକ୍ଷୀ ରଖି  

କୌଣସି ପରିସ୍ଥିତିରେ ଦୁଃଖ ଆସୁ କି ସୁଖ

ହସରେ ଉଲ୍ଲସିତ ହେଉଁ ଅବା ଲୁହରେ ବୁଡୁଁ 

ବନ୍ଧନ ଆମର ରହିବ ଅତୁଟ ଅବିଚ୍ଛିନ୍ନ 

ଜନ୍ମ ଜନ୍ମ ଯାଏଁ ରହିଥିବା ମିଶି

ଏ ସବୁ ଆଜି ମୋତେ ମନେହୁଏ ନିରର୍ଥକ

ଲାଗେ ପ୍ରହେଳିକାମୟ ମରୀଚିକା

କ'ଣ ହୋଇଛି ତୁମର ରହୁଛ ଗୁମସୁମ୍

ତୁମ ନୀରବତା ମୋତେ ଦେଉଛି ଆଘାତ

ହୃଦୟରୁ ରକତ ଝରେ ଜଳୁଛି କଲିଜା

କ'ଣ... କ'ଣ ପାଇଁ ତୁମର ଏ ଉଦାସୀନତା

ଜ୍ଞାତରେ କି ଅଜ୍ଞାତରେ ମୁଁ ତ 

କରିନାହିଁ କିଛି ଅବହେଳା ତୁମ ପ୍ରତି

ପାରୁ ପର୍ଯ୍ୟନ୍ତ ଦାୟିତ୍ଵ କର୍ତ୍ତବ୍ୟ ମୋର

ତୁଲାଇ ଆସିଛି ତୁମର ତଥା ପରିବାରର

ତୁମର ଗମ୍ଭୀର ନୀରବ ଭାବ ଦେଖି

ମନକୁ ଯେତେ ଯେତେ ପ୍ରଶ୍ନ ଆସୁଛି ମୋର 

ତୁମକୁ ପଚାରୁଛି ତ ବାରମ୍ବାର

ପାଟି ଫିଟାଇ କହୁନ କିଛି କ'ଣ ପାଇଁ 

ପଚାରି ପଚାରି ଆଉ ପାରୁନି ମୁଁ ଧୈର୍ଯ୍ୟ ଧରି 

ତୁମ ପାଖରେ ନାହିଁ କି ମୋ ପ୍ରଶ୍ନର ଉତ୍ତର ?

     

 


Rate this content
Log in

Similar oriya poem from Abstract