ଆକାଶ ଦୀପ
ଆକାଶ ଦୀପ
କାର୍ତ୍ତିକ ମାସର ଆକାଶ ଦୀପ
ଜଳୁଛି ଜଳିବ ହୃଦୟେ ଜପ ତପ
ବିଧବା ବେଶରେ ମାଆ ମାଉସୀ
ଆକାଶ ଦୀପକୁ ଦେଇ ଆଉଁସି
ସଧବା ଜୀବନ ସିନ୍ଦୁର କଥା
ହେଲାଣି ଯାହା ଗାଥା ଓ ବାର୍ତ୍ତା
ପ୍ରଭୁଙ୍କୁ ସୁମରି ଦାମୋଦର ବେଶେ
ବୃଦ୍ଧା କାଳେ ଏ ଜୀବନ କଳସୀ ସ୍ପର୍ଶେ
ହଜିଗଲାଣି ଅତୀତ ସମୟ ସାଥେ ବୟସ
ଆକାଶ ଦୀପରେ ଜୀବନ ସଳିତା ହସ
ମହା କାର୍ତ୍ତିକରେ ହବିଷିଆଳି
ତେଜି ଜୀବନର ଅନେକ ଆଶାର କଳୀ
କରନ୍ତି ଅଳି ଆକାଶ ଦୀପ ଜାଳି
ନିଅ ଫେରାଇ ଭଲରେ ହେ ମହାକାଳୀ
ଶେଷ ପାହାଚରେ ଏହି ମୋ ଅଳି
ଚଉରା ମୂଳରେ ମୁରୁଜ ଚିତା
ଦିଶେ ଦାଉ ଦାଉ ଆକାଶ ଛତା
ଦୀପର ଆଲୋକ ଭାରେ ଏ ଗୋଲକ
ସବୁରି ପରାଣେ ଆଣେ ପୁଲକ
କରିଛି କେ କେତେ ପାପ କି ପୁଣ୍ୟ
ଧରମ ମାସର କରମ ଶୁନ୍ୟ
ସେପାଇଁ ମାଗୁଣି ଦିବସେ ଜୀବନ ଯାଉ
ଯମଦଣ୍ଡ ସତେ ମତେ ନାଲାଗୁ ଆଉ
ହେ ମହାବାହୁ କାର୍ତ୍ତିକ ମହିମା ରହୁ
ଦୀପାବଳୀ ଆଲୋକ କାର୍ତ୍ତିକେ ଗୋଟେ ଦିନ
ଆକାଶ ଦୀପ ମହା ପୁଣ୍ୟ କାର୍ତ୍ତିକ ସବୁଦିନ
ଦୀପ ଦଉଡି ଧରିଥା ଭିଡି ଯମ କଷ୍ଟ ଦହନ
ନଥିବ କଷ୍ଟ ସୁମରି ଇଷ୍ଟ ଯିବ ଜୀବନ
ଆକାଶ ଦୀପର କେତେ ମହାତ୍ମ୍ୟ
ବଖାଣିବା କିବା ଅଧମ ଅକ୍ଷମ
ଡି ଘଡି ଚାହିଁ ଲୋତକ ବୁହାଇ
ଡାକେ ହବିଷିଆଳି ଭକ୍ତି ହୃଦୟେ ଥାଇ
ଅଇସୁଲକ୍ଷଣୀ ନକଲ ନାହିଁ
ଲେଖିଦିଅ ବହି ନଥାଉ ଏମିତି ବିହୀ
ଜୀବ ଯାଉ ତୁଣ୍ଡେ ନିର୍ମାଲ୍ୟ ପାଇ
ଆକାଶ ଦୀପକୁ ଚାହିଁ କରୁଣା ପାଇଁ ।