Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ବର୍ତ୍ତମାନ

ବର୍ତ୍ତମାନ

1 min
111



ଅତୀତ ଇତିହାସ ହେଲାଣି ଭବିଷ୍ୟ ଆସିନି

ବର୍ତ୍ତମାନ ଆଶା ଭରସା ବିଶ୍ୱାସ

ମାଟି ପାଣି ପବନ ଜଳ ବୃକ୍ଷ

ଆଜିକାଲି ଏତେ ମନସ୍କ ହେବାରୁ

ପରିତାପର ଜ୍ୱଳନ

ଏତେ ସବୁକୁ ଏକାଠି କରି ବଞ୍ଚିବା ଶିଖିନି

ଅଣନିଶ୍ୱାସୀ ଲାଗୁଛି କେବେ କେବେ

ଆକାଶ ପୃଥିବୀ ମଝିରେ ପାତାଳ ଦେଖିନି

ମାତା ସୀତା ପଶିଗଲେ ଫାଟିଲା ମେଦିନୀ

ୠତୁମତୀ ନଈ ସବୁ ଫୁଲାଇ ଛାତି

ସଗର୍ବେ ଠିଆ ପାହାଡ଼ ମାଟିକୁ ଓଲ୍ହାଇ ନିତି

ଫୁଟୁ ଥିବା ଫୁଲଙ୍କ ସୌନ୍ଦର୍ଯ୍ୟ ଲୁଟେ

ଘାସକୁ ଛୋଟ ପାଳକୁ ମୋଟ

ବଡ଼ିମା ଛୁଟେ

ଆକାଶକୁ ମଥା ଟେକି ମାଟିରେ ପାଦ ଥାପି

ପାହାଡ଼ ପର୍ବତ କହେ ସେ ବଡ଼

ଅସୁମାରୀ ଜଳସ୍ତର ତା ଭିତରେ ଶୁଖିନି

ବାହାରକୁ ଆସି ମାଟି ମାକୁ ପ୍ରଣାମ କରିବାକୁ

ଭରସା ତୁଟିନି

ଏଇତ ଜୀବନ ସଂଘର୍ଷ

ଆଜି କାଲି ଓ ଆସନ୍ତା କାଲିକୁ କେହି ବି ଦେଖିନି

ନଈ ଝରଣା ପାହାଡ଼ ସଭିଙ୍କ ପରି

ମାଟିମନସ୍କ ହୋଇ ବଞ୍ଚିବାକୁ

ଶିଖି ଗଲିଣି ତଥାପି ଆଜି ହିଁ ଆଜି ପରି ଲାଗେ

ଗତକାଲି ଓ ଆସନ୍ତାକାଲି କଥା ଭାବନି ।


Rate this content
Log in

Similar oriya poem from Abstract