Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ପବିତ୍ର ନିଷ୍ପାପ ଭଲ ମନଟିଏ

ପବିତ୍ର ନିଷ୍ପାପ ଭଲ ମନଟିଏ

1 min
118



ପବିତ୍ର ନିଷ୍ପାପ ନିର୍ମଳ ଭଲ ମନଟିଏ 

ସଦାସର୍ବଦା ନିର୍ବିକାର ରଖିଥାଏ ତାର ହୃଦୟ

ଦିଶୁଥାଏ ତା' ମୁଖମଣ୍ଡଳ ଶୁଭ୍ର ସତେଜ

ସଂସାର କାନନେ ହୋଇ ସଦ୍ୟଫୁଟା ଫୁଲ,

ମହନୀୟ ଗୁଣେ ମହକ ଦେଉଥାଏ ବିତରି 

ତା' ଅବଦାନ ଭୁଲି ହୁଏନା ଲାଗେ ଅମୂଲ ମୂଲ।

କରୁଥାଏ ଶୁଭ ଚିନ୍ତନ କରେ ଶୁଭେଚ୍ଛା ପ୍ରଦାନ

ମଧୁମୟ କରି ରଖିଥାଏ ସଂପର୍କର ବନ୍ଧନ

ହସ ଖୁସି ଆନନ୍ଦରେ ବିତାଉ ଥାଏ ଦିନ,

ନିରପେକ୍ଷ ବିବେକ ବିଚାରରେ ରଖିଥାଏ ଧ୍ୟାନ

ଅଯଥା କେବେ କରେ ନାହିଁ ମାନ ଅଭିମାନ

ଧନ୍ୟ କରିଥାଏ ତାର ମାନବ ଜୀବନ।

ସଭିଏଁ ଖୋଜନ୍ତି ପବିତ୍ର ନିଷ୍ପାପ ଭଲ ମନଟିଏ

ସଂପର୍କ ଗଢ଼ି କରିବାକୁ ମଧୁର ଭାବ ବିନିମୟ,

ଆଲାପ ମେଳାପ ସାଙ୍ଗ ସାଥୀ ଗହଣରେ

ଭାରି ଭଲ ଲାଗେ ଘନିଷ୍ଠତାର ସଦଭାବ 

କ୍ଳାନ୍ତି ହୁଏ ଦୂର ଅନୁଭବ ହୁଏ ସୁସ୍ଥ ନିରାମୟ।

ଥିଲେ ଅସନ୍ତୋଷ ବିଚଳିତ ଉତ୍ତେଜିତ ମନ

କିଛି ଲାଗେ ନାହିଁ ଭଲ ଅସହ୍ୟ ହୁଏ ସବୁ,

ଜୀବନର ରହେନା ମାଧୁର୍ଯ୍ୟ ମମତା ଯାଏ ମରି

ଆଶା ଆକାଂକ୍ଷା ଭରସା ବିଶ୍ଵାସ ନଥାଏ ଆଉ।

ପାଇବାକୁ ସରସ ସୁନ୍ଦର ପବିତ୍ର ଭଲ ମନଟିଏ

ସତ୍କର୍ମରେ ନିଜକୁ କରିବାକୁ ହୁଏ ନିୟୋଜିତ

ଶ୍ରଦ୍ଧା ଭକ୍ତି ଭାବ ରଖି ଶାନ୍ତ ସୁଧାର ମନେ ପ୍ରାଣେ,

ହୋଇ ଈଶ୍ଵର ବିଶ୍ବାସୀ ଅନାବିଳ ପ୍ରେମେ

ସଂସାରର ପ୍ରତି ରହିବାକୁ ହୁଏ ସଦା ଅନୁରକ୍ତ 

ସମର୍ପି ଜୀବନ ଜନ ସମୂହର କଲ୍ଯାଣେ।

ଭଲ ମନଟିଏ ମନରୁ ଦୂରାଇ ଦିଏ ଅଜ୍ଞାନ ଅନ୍ଧାର

ଏକ ପ୍ରଦୀପ ସମ ଜଳି ଆଲୋକ ଦେବା ପରି,

ସମୂହ ଜଗତ ଜୀବନର ମଙ୍ଗଳ କାମନାରେ

ନିଜକୁ ସେ ଉତ୍ସର୍ଗ କରି ରହେ ଶାନ୍ତି ତୃପ୍ତିରେ

ପବିତ୍ର ନିଷ୍ପାପ ଭଲ ମନଟିଏ ଭଲ କରେ ସବୁରି।

      


Rate this content
Log in

Similar oriya poem from Abstract