Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ପ୍ରଭୁ ମୋତେ ଭୁଲ୍ ପ୍ରମାଣିତ କର

ପ୍ରଭୁ ମୋତେ ଭୁଲ୍ ପ୍ରମାଣିତ କର

1 min
177



ମନ ମରିଲେ ବି ଜୀବନ ଚାଲିବ

ଇଛା ମରିଲେ ବି ନିଃଶ୍ୱାସ ଗାଡ଼ି ଗଡ଼ିବ

ସ୍ୱପ୍ନ ଯଦି ମରେ ମରୁ ରାତି ଅନେକ ଆସିବ

ଆଶା ମରିବ ତ ମରୁ ଦିଶା ଅନେକ ଦିଶିବ

ମୋ' ଆଶଙ୍କା କୁ ବଞ୍ଚାଇ ରଖିବନି ପ୍ରଭୁ

ମୁଁ ଚାହେଁ ମରିଯାଉ ମୋ' ଆଶଙ୍କା

ଜିତିବା ଲୋଡ଼ା ନାହିଁ ମୋର ହେଉ ମୋର ହାର

ପ୍ରଭୁ ମୋତେ ଶେଷରେ ଭୁଲ୍ ପ୍ରମାଣିତ କର,


ଲୁହ ଯେତେ ଝରୁ ଏ ଓଠ ପୁଣି ହସିବ

ଆସୁ ଯେତେ କୋହ ଛାତିରେ ହୃଦୟ ସବୁ ସମ୍ଭାଳିବ

ଯାତନା-ବେଦନା-କଷଣ-ଯନ୍ତ୍ରଣା 

ଅବା ଜର୍ଜରିତ ଜୀବନ ବି ହେଉ ଏ ବିବେକ ଲଢିବ

ସମୟର ସବୁ ପ୍ରଶ୍ନର ସମ୍ମୁଖୀନ ହେବ

ଏ ମନ ମୋର ଆଜୀବନ ସଂଘର୍ଷ କରୁଥିବ

ଲୋଡ଼ା ନାହିଁ ମସ୍ତକେ ମୋର ସ୍ୱର୍ଣ୍ଣ ମୁକୁଟ ବିଜୟର

ପ୍ରଭୁ ଏତିକି ସୁଦୟା କର ମୋତେ ଭୁଲ୍ ପ୍ରମାଣିତ କର,


ଏ ଅନ୍ତର ଆତ୍ମା ଯେତେ ଜଳିଲେ ବି ଚଳିବ

କ୍ଷତାକ୍ତ ହେଲେ ବି ଏ ମନ ଓ ହୃଦୟ ଢେର୍ ହସିବ

ସମସ୍ୟାର ସୁନାମୀ ଆସୁ ଯଦି କେବେ ଆସିବ

ପାଦକୁ ପରିସ୍ଥିତିର ରକ୍ତରେ ବୁଡାଇ କରିଛି ଶକ୍ତ

ଏ ଦୁଇ ପାଦ ପ୍ରାଣ ଥିଲାଯାଏ ଦମ୍ଭର ସହ ଚାଲିବ

ଯେତେ ହାରିବ ସେତେ ଲଢିବାର ପଣ କରୁଥିବ

ବିନା ମୂଲ୍ୟରେ ଲୋଡ଼ା ନାହିଁ ସାର୍ଥକ ଜୀବନ ମୋର

ହାରିଯାଉ ମୋ' ଆଶଙ୍କା ପ୍ରଭୁ ମୋତେ ଭୁଲ୍ ପ୍ରମାଣିତ କର,


ଏ ପୁଷ୍ପିତ ମନକୁ କଣ୍ଟକିତ କରିବ ତ କର

ଉଦାର ହୃଦୟକୁ କରିପାର ତୁମେ କେବେ ନିଷ୍ଠୁର

ବିଶାଳ ସାଗର ପରି ଆକାଂକ୍ଷା ମନେ ମୋର 

ନିର୍ଭୟ ମୁଁ ମୋ' ଉପରେ ବୋଉର ଆଶିଷ ଅଛି ମୋର 

ପ୍ରଚଣ୍ଡ ଆଘାତ ଆସୁ ଜୀବନ ଯାତ୍ରାରେ ମୋର ଚଳିବ

ଲୁହକୁ ଲହୁଣୀ କରି ପିଇବି ଶକ୍ତି ବଢାଇବି ମୋ' ସାହସର

ଅସମ୍ପୂର୍ଣ୍ଣ ହେଉ ମୋ' ଜୀବନ ଅବଶୋଷ ନାହିଁ ମୋର

ନାଶ ହେଉ ମୋ' ଆଶଙ୍କା ପ୍ରଭୁ ମୋତେ ଭୁଲ୍ ପ୍ରମାଣିତ କର।



Rate this content
Log in

Similar oriya poem from Abstract