Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ନୀରବତା

ନୀରବତା

1 min
125



ରିମଝିମ ବର୍ଷାସ୍ୱର ଶୁଭେନା

ସମୁଦ୍ରରେ ଜୁଆର ଉଠେନା

ନୁପୁରର ଛମଛମ

 ପବନର ସୁଉ ସୁଉ ଗର୍ଜ୍ଜନ

ଜମା ଜଣା ପଡ଼େନା

କୈବଲ୍ୟର ଏତେ ବାସ୍ନା

ତୁଳସୀରେ ମାଦକତା

କସ୍ତୁରୀର ସୁଗନ୍ଧ

ଦୟାଣାର ବାସ୍ତବତା

ଚନ୍ଦନ ଗନ୍ଧ

ଛାନ୍ଦ କି ଛନ୍ଦ କାନେ ବାଜେନା

ଛଳଛଳ କଳକଳ ପାଣି

ବଇଁଶୀ ସ୍ଵନ ପାରେନା ଶୁଣି

ନୀରବତା ସ୍ୱରେ ଆଜି ନାହିଁ ମୂର୍ଚ୍ଛନା

ରୂପ ରସ ବାସ ହସ ସବୁ ନୀରବ

ନିଶ୍ଚଳକୁ କିଏ ବା ପାରିବ ମାପି

ଜମା ବୁଝି ହୁଏନା

ଶବ୍ଦମୟ ପୃଥିବୀରୁ ଆକାଶ

ପାତାଳରୁ ଗୋଲକ

ଶବ୍ଦର ଶବ୍ଦ ଶୁଭିଥିଲା

ରିମଝିମ ସ୍ଵରେ କେତେ କିଏ ଗାଉଥିଲା

ସବୁ ନୀରବ କାହିଁକି

କିଏ କହିପାରିବକି

ନୀରବତା ଅନ୍ୟ ନାମ

ବୋଧେ ସବୁ ଜଡ଼ମୟ

କାହିଁକି କିଛି ହିଁ ଶୁଭେନା

ନିରବତାର ଶବ୍ଦ ନାହିଁ ମନ ମାନେନା ।


Rate this content
Log in

Similar oriya poem from Abstract