ତୁମକୁ ଖୋଜୁଛି
ତୁମକୁ ଖୋଜୁଛି
,ତୁମକୁ ଖୋଜୁଛି ନିତିଦିନ ପ୍ରଭୁ
ଜଞ୍ଜାଳ ବିଷମ ପଥେ
ସୁଖରେ ଦୁଃଖରେ ଅଭାବ କଷଣେ
ରହିଅଛ ମୋର ସାଥେ।
ତୁମ ଅବସ୍ଥାନ ସବୁରି ହୃଦୟେ
ଯେତେ ମତ ସେତେ ପଥ
କିଏ କେଉଁ ଠାରେ ଯେମିତିକା ଡାକେ
ଜଗତର ତୁମେ ନାଥ।
ନିଃଶ୍ୱାସ ରେ ତୁମେ ବିଶ୍ଵାସରେ ତୁମେ
ଭାବରେ ଯେ ଭାବଗ୍ରାହୀ
କାହିଁକି ତୁମର ଠିକଣା ଖୋଜିବି
ନିକଟେ ଅଛ ତ ରହି।
ବେନି ନୟନରେ ନ ଦେଖିଲେ ମଧ୍ୟ
ଅନୁଭବ ରେ ପରଖେ
ଅଢେ଼ଇ ଦିନିଆ ଜୀବନ ଯାତ୍ରାରେ
ମୁଖେ ତୁମ ନାମ ରଖେ।
ଆଶା ରଖିଛି ମୁଁ ଉଦ୍ଧାର ହୋଇବି
ଯାତ୍ରା ହୋଇବ ସୁଗମ
ହେ ନୀଳାଦ୍ରି ନାଥ କାଳିଆ ଠାକୁର
ଇଛେ ଜଗତ କଲ୍ୟାଣ।