STORYMIRROR

Kabiratna Nutan Kumar Behera

Abstract Action Classics

3  

Kabiratna Nutan Kumar Behera

Abstract Action Classics

ଆ'ରେ ସୁରୁଯ ନିଦରୁ ଉଠି

ଆ'ରେ ସୁରୁଯ ନିଦରୁ ଉଠି

1 min
11

 


ଆ'ରେ ସୁରୁଯ ନିଦରୁ ଉଠି

          ଏ ଘନ ଅନ୍ଧାର ଯାଉ ହଟି,

ମୁଁ ବି ଉଠିବି ବିଛଣା ଛାଡ଼ି

       ସକାଳେ ଭେଟ ହେବା ଏକାଠି।

ବୁଣି ଦେ ତୋର କିରଣ ରେଣୁ

          ସୁନ୍ଦର ନାମ ପାଇଛୁ ଭାନୁ,

ସକଳ ଶକ୍ତି ଧରିଛୁ ଯେଣୁ

       ଜଗତେ ଆଲୋକ ତୁ ହିଁ ଆଣୁ। 

ମାଆ ଡାକୁଛି ଉଠ ମୋ ଧନ

           ଅଳସ ଆଉ ନକର ମନ,

ପାହିଲେ ରଜନୀ ହେବ ଦିନ

       ମଠ ନହୋଇ ମୋ କଥା ଶୁଣ।

ମା'ର ଡ଼ାକ ଶୁଣି ଯେବେ ଚାହେଁ

    ନିଦରେ ଶୋଇଛୁ ତୋତେ ଦେଖେଁ,

ଅନ୍ଧାର ଦେଖି ମୁଁ ଡରି ଯାଏଁ

      ଉଠିଲେ ତୁ ତୋ ସାଥିରେ ଧାଏଁ।

ଆ'ରେ ସୁରୁଯ ନିଦରୁ ଉଠି 

      ତୋତେ ଭୁଲି ରହିବି କେଉଁଠି ?

କରିନେ ମୋତେ ତୋ ସହପାଠୀ

         ମାଆ ଆଉ କରିବନି ପାଟି।

ତୋ ଆଲୁଅରେ ଚାଲିବି ବାଟ

         ହେବି ନାହିଁ ମୁଁ ଜମାରୁ ଦୁଷ୍ଟ ,

ରହିବି ମୁଁ ହୋଇ ଶାନ୍ତ ଶିଷ୍ଟ

         ସଭିଏଁ କହିବେ ଭଲ ଚାଟ।

ତୋ ପରି ମୁଁ ସମୟ ଜଗି

      ମୋ କାମ କରିବି ବେଗି ବେଗି,

ହୋଇ ସହଯୋଗୀ ସହଭାଗୀ

      ସତ୍ୟ ପଥେ ହେବି ଅନୁରାଗୀ।

ଆ'ରେ ସୁରୁଯ ନିଦରୁ ଉଠି

        ତୁ ଉଠିଲେ ମୁଁ ବସିବି ଉଠି,

ତୋ କନକ କିରଣ ସାଉଁଟି 

       ତୋ ପରି ଖେଳିବି ମୁଁ ସବୁଠି।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract