ହୃଦୟର ସ୍ବର
ହୃଦୟର ସ୍ବର
ଯାଅନା ନୀରବି କବିର କଲମ
ହୃଦୟର ଅନ୍ତଃସ୍ବର
ଝଲସୁ କିରଣେ ସବୁଜ ସୁନ୍ଦର
ଶବଦ ପ୍ରତି ଅକ୍ଷର ।
କବି ଭାବକଳ୍ପ ସ୍ବଚ୍ଛନ୍ଦ କଲମ
ସୃଜନର ସଙ୍କଳ୍ପନା
ପାରଇ ସରଜି ଦିଗନ୍ତ ପ୍ରଶସ୍ତ
ନବ ନବ ସମ୍ଭାବନା ।
କାଳର କରାଳ ସ୍ରୋତ ପ୍ରତିକୂଳ
ଝଡଝଞ୍ଜା ବାଧାବିଘ୍ନ
କବି ଭାବନାକୁ ପାରେ ନାହିଁ ରୋକି
କବି ସଦା ସଚେତନ ।
ଉନ୍ମେଷୁ ହୃଦୟ ସୁମନ କମଳ
ସତ୍ଯ ଶାନ୍ତି ଶତଦଳ
ଭରିଦିଅ କବି ଜୀବନ ସଙ୍ଗୀତେ
ମଧୁର ମୂର୍ଚ୍ଛନା ସ୍ବର ।
