STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ତୁମେ ତ ବିସ୍ମୟ

ତୁମେ ତ ବିସ୍ମୟ

1 min
8

ତୁମେ ହିଁ ବିସ୍ମୟ ହେ କଳା ଠାକୁର

    ତୁମ ବଡ ପଣ ଖ୍ୟାତ

ସରଗ ମରତ ପାତାଳ ପୁରରେ

   ତୁମ ଲୀଳା ମୁଖରିତ।

ତୁମ ଘୋଷ ଯାତ ଦେଖିବା ପାଇଁକି

    ଦେବତା ଆସନ୍ତି ଧାଇଁ

ପତିତପାବନ ବାନା ଉଡୁଥାଏ

    ପତିତ ଉଦ୍ଧାର ନେଇ।

ବାର ମାସେ ତେର ଯାତ ମାଧ୍ୟମରେ

     ଶୁଣାଉଛ ଭାତ୍ରୁ ପ୍ରୀତି

ଭକତ ଜନଙ୍କ ମନ ମୋହୁଅଛ

     ନାହିଁ ଭେଦ ନାହିଁ ଜାତି।

ମନ ଖୋଲି ଭକ୍ତ ତୁମ ଦରଶନେ 

     ନିଜକୁ ହଜାର ଦିଏ

ରଥ ଡଉଡିକୁ ଆନନ୍ଦେ ଭିଡ଼ଣା 

     ମୁକତି ଲଭନ୍ତି ସିଏ।

ପ୍ରତିଟି ଭକତ ଯୋଦ ହସ୍ତ ହୋଇ

     କହେ ହେ ଚକନୟନ

ସଂସାର ଯାତ୍ରାରେ କରମ ପଥରେ

     ତୁମ ନାମ ଘୋଶୁ ପ୍ରତି ପ୍ରାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action