Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ଆଲୋକ ପରବ ଦୀପାବଳି

ଆଲୋକ ପରବ ଦୀପାବଳି

1 min
173



ନଗ୍ର , ପୁର ପଲ୍ଲୀ ଆଲୋକେ ଉଜ୍ଜ୍ବଳି

ନାଶେ ଅମା ଅନ୍ଧକାର

ଆଲୋକ ପରବ ଦୀପାବଳି ବୋଲି

ଏଣୁ ନାମ ଅଟେ ତାର ।

କାର୍ତ୍ତିକ ମାସରେ ଅମାବାସ୍ୟା ଦିନ

ପାଳି ଆଲୋକ ପରବ 

ଆଲୋକ ପରବ ଦୀପାବଳି ଭାବେ

ଜଳାଉ ଆଲୋକ ଦୀପ ।

ତ୍ରେତୟା ଯୁଗ ରୁ ପାଳିତ ହେଉଛି

ଏହି ପର୍ବ ପ୍ରତି ବର୍ଷ

ଏହି ଦିନ ପ୍ରଭୁ ରାମ ଚନ୍ଦ୍ର ଫେରି

ଥିଲେ ସାରି ବନବାସ ।

ଚଉଦ ବରଷ ରହି ବନ ବାସ

ରାବଣ କରି ନିଧନ

ପୁଷ୍ପକ ବିମାନ କରି ଆରୋହଣ

ହନୁମାନ ବିଭୀଷଣ ।

ସହିତେ ଏ ଦିନ ମାତା ସୀତା ସଙ୍ଗେ

ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ

କରିବା କlରଣୁ ଅଯୋଧ୍ୟା ନିବାସୀ

ତାଙ୍କ ସ୍ଵlଗତ କରିଣ ।

ଜାଳି ଦୀପାବଳି ଅମା ଅନ୍ଧକାରେ

କରିଲେ ପର୍ବ ପାଳନ

ଦୀପ ଓ ଆଲୋକ ମାଳା ରେ ସଜ୍ଜିତ

ହେତୁ ଦୀପାବଳି ନାମ ।

ଅଯୋଧ୍ୟା ନଗରୀ ଆନନ୍ଦ ଉଲ୍ଲାସ

ମୁଖର ରହି ଉତ୍ସବ

ପାଳି ଥିଲେ ବୋଲି ପ୍ରତି ବର୍ଷ ଦେଶେ 

ପାଳୁଛୁ ଏହି ପରବ ।

 ପୟା ଶ୍ରାଦ୍ଧ ପଡେ ଏହି ଦିନ ପୂଜା

କରାଯାଏ ଘରେ ଘରେ

କପା କାଠି ଜାଳି ବଡ଼ବଡୁଆ ଙ୍କୁ

ଡାକନ୍ତି ଅତି ଆଦରେ ।

ବଡ ବଡୁଆ ହେ ଅନ୍ଧାର ରେ ଆସ

ଆଲୋକ ରେ ଯାଅ କହି

ଶ୍ରାଦ୍ଧ ଦିଆ ଯାଏ ଭୋଗ ରାଗ ହୁଏ

ପିତୃ ଆଶୀର୍ବାଦ ପାଇଁ ।


Rate this content
Log in

Similar oriya poem from Action