Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Tragedy Action Classics

3  

Kabiratna Nutan Kumar Behera

Tragedy Action Classics

ଜଳୁଛି ଜୀବନ ଦୀପ

ଜଳୁଛି ଜୀବନ ଦୀପ

1 min
116


      


ଜଳୁଛି ଜୀବନ ଦୀପ

ମୁଣ୍ଡରେ ବୋହି ଦୁନିଆଁର ଅମାପ ଚାପ

ଆଲୋକ ଯେତିକି ନପାରେ ଦେଇ

ତା'ଠୁ ବେଶି ଆସେ ଅନ୍ଧକାର ମାଡ଼ି ମାଡ଼ି

ଆଶଙ୍କାର ପବନ ହୋଇ ଝଡ଼ ll


ତା' ଲେଲୀହାନ ଶିଖାକୁ ଦିଏ ଦୋହଲାଇ

ଲାଗେ ଅକସ୍ମାତ୍ ହୋଇଯିବ କି ନିର୍ବାପିତ

ସାମୟିକ ଆଲୋକିତ ହୁଏ ବାହ୍ୟ ଜଗତ

ଦିଏ ସ୍ଥୂଳ ଆଲୋକ...ଦୀପ ଜଳି ଅଗଣିତ

ଅନ୍ତର ଭିତରେ ଘନ ଅନ୍ଧାରର ଭୂତ

ଜଳୁଛି ଜୀବନ ଦୀପ ll


ମାଡ଼ି ଆସେ ଲଘୁଚାପ ପରେ ଲଘୁଚାପ

ପ୍ରତିଟି ସ୍ପନ୍ଦନରେ ଭୟ ହୁଏ ସଞ୍ଚାରିତ

ମିଳେ ଯେତିକି ସହଯୋଗ ସୁରକ୍ଷା

ତା'ଠାରୁ ବେଶି ଆସେ ପ୍ରତିବନ୍ଧକ

ପ୍ରତିରୋଧ କରେ ଦେଇ ଶକ୍ତ ଆଘାତ

ଆନନ୍ଦ ଉଲ୍ଲାସର ଫୁଟେ ଆତସବାଜି 

ପରିବେଶ ଗହଳ ଚହଳ କୋଳାହଳମୟ

ଖେଳାଏ ଅବିଶ୍ବାସର ଧୂଳିଧୂଆଁ ll


ଖୁସିର ବାଣ ପାଲଟି କମାଣ କରେ ଅଥୟ

ଜଳୁଛି ଜୀବନ ଦୀପ

ସହି ହୁଏ ନାହିଁ ସଂସାରର ଉତ୍ତାପ

ଭୟଭୀତ ଆତଙ୍କିତ ପ୍ରାଣ ପାଏ ପ୍ରତାରଣା

ଅତି ମହଙ୍ଗା ହୁଏ ଆଶ୍ଵାସନାର କରୁଣା

ମିଳେ ନାହିଁ ବଞ୍ଚିବାର ସ୍ଥାୟୀ ଠିକଣା

ଆଲୋକ ମଧ୍ୟରେ ଆଖି ହୁଏ ଅନ୍ଧ ll


ଦେଖେ ସରଳ ସିଧା ବୁଝେ ତାର ଜଟିଳତା

ମନ ହୃଦୟର ରହେନା ମେଳ

ସଜଡା ହୁଏ ଯେତିକି ଶ୍ରମ ସିଦ୍ଧିରେ

ତା'ଠାରୁ ଅସଜଡ଼ା ରହିଥାଏ ବେଶି

ଜଳୁଛି ଜୀବନ ଦୀପ ll


ନିରୁପାୟରେ ଅସହାୟ କରେ ପରିତାପ

ନିଶାର ତମସା ନାଶି ଦିଏ ସିନା ସୂର୍ଯ୍ୟ ଉଇଁ

ଜ୍ଞାନର ସୂର୍ଯ୍ୟ ପାରେନା ମର୍ମକୁ ଛୁଇଁ

ମୋହ ଦିଏ ଲୁହ..କୋହ କରେ ଦାହ

ଜୀବନ ଦୀପର ଦୀପାବଳି  ll


ନ ଦେଇ ଆଲୋକ ଦିଏ ଆତ୍ମବଳି

ଅମା ଅନ୍ଧାରରେ ଆସେ ବିପଦ ମାଡ଼ି

କାହା ଅନ୍ତର ଭିତରେ କେତେ ଅଛି ଦୁଃଖ

ଦେଖିବାକୁ ନାହିଁ ଆଖିର ଜ୍ୟୋତି

ଜଳୁଛି ଜୀବନ ଦୀପ

ବୁଝି ହୁଏନା ଏ ଆଶୀର୍ବାଦ ନା ଅଭିଶାପ।l

    



Rate this content
Log in

Similar oriya poem from Tragedy