Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Inspirational Others

3  

Sunanda Mohanty

Action Inspirational Others

ଆଲୋକ ପର୍ବ

ଆଲୋକ ପର୍ବ

1 min
254



ସଜାଡି ରଖିବା ଚଉରା ମୂଳ

ଧୋଇ ରଖିଥିବା କେତେ ଫଳ

ଶରତ ଯାଉଛି ହେମନ୍ତ ଆସୁଛି

କାର୍ତ୍ତିକ ମାସର ହବିଷ ବେଳ

ମାଆ ଆସିବେ ହରିବୋଲ

ସଙ୍ଗରେ ଆଣିବେ ପିତୃପୁରୁଷଙ୍କୁ

ଝୋଟି ଚିତା ଝଟକୁଛି

ମୁରୁଜ ରଙ୍ଗୋଲି ଇନ୍ଦ୍ରଧନୁ ସାଜିଛି 

ଆସ ମାଆ କାଳୀ ଆଲୋକ ଜାଳି

ଦୂରେଇବା ମନ ହୃଦୟରୁ ଅନ୍ଧକାର

ପିତୃପୁରୁଷଙ୍କୁ ଆଲୋକ ଦେଖାଇ

ମାଗିବା ସ୍ନେହ ଶ୍ରଦ୍ଧା ଆନ୍ତରିକତା କୋଳ

ମନ ଓ ହୃଦୟ ରଖିଲେ ସଫା

ଭିତର ବାହାର ସ୍ୱଚ୍ଛ କଣିକା

ଜୀବନ ହସିବ ଆଲୋକ ସାଥେ

ପରିବାର ସହ ଏ ଚଲାପଥେ

ଚଳିବା ପାଇଁ ନେଇ ପୂର୍ବଜଙ୍କ ଦୀକ୍ଷା

ପଥ ପାଥେୟ ଅନୁସରି ପାଇ ଶିକ୍ଷା

ଅନ୍ଧାର ରୂପକ କୁସଂସ୍କାର ଜାଳି

ଜୀବନେ ପୂଜି ମାଆ କାଳୀ

ଶ୍ରଦ୍ଧାରେ କରିବା ପୟା ଶ୍ରାଦ୍ଧ

ଦୀପାବଳୀ ଦିନ ଆଲୋକେ ମନବୋଧ

କାଉଁରିଆ ଜାଳି ଦେଖେଇବା ପଥ

ଝୁଣ୍ଟି ନଯିବାକୁ ହାତ ସାଥେ ହାତ ।


Rate this content
Log in

Similar oriya poem from Action