STORYMIRROR

SUJATA DAS

Abstract Action

3  

SUJATA DAS

Abstract Action

ବର୍ଷା ପାଇଁ କବିତା

ବର୍ଷା ପାଇଁ କବିତା

1 min
156


ପାପ ଓ ପୁଣ୍ୟର

  ହିସାବ ଖାତାରେ

    କସିଛି ହଜାରେ ଥର

ପବିତ୍ର ପାପରୁ

   ଆଞ୍ଜୁଳାଏ ତୁମେ

    ମୁଁ ଅପବିତ୍ର ପୂଣ୍ୟ ଝର.

ଶବ୍ଦ ମହଲର

   ମୃଦୁ ଗୁଞ୍ଜରଣେ 

    ଶୁଣିଛି ହଜାରେ ଥର

ଲେଖନୀରେ ତୁମ

  ଅମୃତ ରାଗିଣୀ

   ମୁଁ ଭଗ୍ନ ବୀଣାର ସୂର.

ବେଳାଭୂମି ପରେ

  ବାଲୁକା ଛାତିରେ

    ଦେଖିଚି ଅନେକ ଥର

ତରଙ୍ଗରେ ତୁମ

   ସ୍ବପ୍ନର ଜୁଆର

     ମୁଁ ଶୁଷ୍କ ନଦୀର ଝର.

ଆକାଶ ବୁକୁରେ

  ବଉଦ ମେଳରେ

    ଦେଖିଚି ମୁଁ ବାର ବାର

ତୁମେ ସୌଦାମିନୀ

   ଉଜ୍ବଳ ଝଲକ

     ମୁଁ ଘନଘୋଟ ଅନ୍ଧକାର.

ବୈଶାଖ ଶ୍ରାବଣ

  ସମୀର ସ୍ପର୍ଶରେ

    କରିଛି ମୁଁ ଅନୁଭବ

ତୁମେ ଶ୍ରାବଣର

  ମଧୁର ମୂର୍ଚ୍ଛନା

    ମୁଁ ବୈଶାଖୀର ପରାଭବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract