Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Action

3  

Geetanjali Prusty

Action

ସମାଜ ସେବା

ସମାଜ ସେବା

1 min
169



ମଣିଷ ହୋଇ ଜନମି ଅଛୁ

ଏଇ ଧରିତ୍ରୀ ବୁକେ

ପର ସେବାରେ ମରମ ଦେବା

ଆନର ସୁଖ ଦୁଃଖେ

ସେ ହେବ ଶ୍ରେଷ୍ଠ କର୍ମ

ତା'ଠାରୁ ବଡ଼ ନାହିଁ ତ ଆଉ

ସମାଜ ସେବା ନାମ ।


ସଭିଏଁ ଆମ ଭଉଣୀ ଭାଇ

ପବିତ୍ର ଏଇ ଧରା

ମିଳିମିଶି କି ଖୁସି ବାଣ୍ଟିବା

ରହିବା ଅପାଶୋରା

ଝୁରିବେ ଯେବେ ଲୋକେ

ଏଇ ସମାଜେ ବଞ୍ଚି ରହିବା

ଇତିହାସର ବୁକେ ।


ଦୁଃଖୀରଙ୍କୀ ଙ୍କୁ ଆହାର ଦେବା

ନିଜ ପେଟରୁ କାଟି

ଭୋକିଲା କେହି ରହିବେ ନାହିଁ

ଖାଇବା ବାଣ୍ଟି କୁଣ୍ଟି

ଈଶ୍ୱର ହେବେ ଖୁସି

ସର୍ବ ଧର୍ମର ସମ୍ମାନ କରି

ଚଳିବା ମିଳିମିଶି ।


ଶ୍ରମ କରିବା ଶ୍ରମିକ ହେବା

ଗଢ଼ିବା କଳ କେତେ

ଅଭାବ କିଛି ରହିବ ନାହିଁ

ଆମ ଦେଶ ଭାରତେ

ରଖିବା ନିଶ୍ଚେ ନାଆଁ

ଏଇ ମରତ ଆମ ଭାରତ

ସେ ପରା ମାଟି ମାଆ ।


Rate this content
Log in

Similar oriya poem from Action