STORYMIRROR

Pratima Satpathy

Action

3  

Pratima Satpathy

Action

ଲକ୍ଷ୍ମଣଙ୍କ ଉପରେରାବଣରପ୍ରତିଶୋଧ

ଲକ୍ଷ୍ମଣଙ୍କ ଉପରେରାବଣରପ୍ରତିଶୋଧ

1 min
211


ଇନ୍ଦ୍ରଜିତ ହତ ଶୁଣି ଦଶ ମାଥ , ନ ସ୍ଫୁରଇ ମୁଖୁ ଭାଷା

କି କରିବି ମୁହିଁ, ବୁଦ୍ଧି ଦିଶୁନାହିଁ, କିଏ ହେବ ମୋ ଭରସା।

       ନ ଦିଶଇ ଦିଶା ଯେ

     ମୁହିଁ ନେବି ପ୍ରତିଶୋଧ

କାଲି ରଣେ ହତ, କଲେ ଦୁଇ ଭ୍ରାତ, ଦୂର ହୋଇବ ପ୍ରମାଦ ।


ଏପରି ବଚନ, ଭାଷୀ ଦଶାନନ, ସମରେ କଲା ଗମନ

ପୁତ୍ର ହନ୍ତା ମୋର, ସେ ନର ବାନର, ପେଶିବି ଜମଭୁବନ।

      ଲଙ୍କା ରାଜନ ଯେ

      ଅଶ୍ରୁ କରେ ବିଗଳିତ

ପୁତ୍ରର ମରଣ, ଯାତନା ଦ୍ଵିଗୁଣ, ମନ ହୁଏ ବିଚଳିତ।


ଆରେ ଜଟାଧାରୀ, ଆସ ଶସ୍ତ୍ର ଧରି, କରିବ ମୋ ସହ ଯୁଦ୍ଧ

ରାଗରେ ଜର୍ଜର, ହୋଇ ନିଶାଚର, ଆସିଅଛି ବହି କ୍ରୋଧ

      ହୋଇଣ ଅନ୍ଧ ଯେ

    କରୁଅଛି ଅଟହାସ୍ୟ

ଶୁଣି ତାର ଗୀର, ଲକ୍ଷ୍ମଣ ଅସ୍ଥିର, ଆସିଗଲେ ଯୁଦ୍ଧ କ୍ଷେତ୍ର।


ବୀର ବିଭୀଷଣ କରିଲେ ବାରଣ, ଏକାକୀ ନ ଯା ସମରେ

ତୁମ ସଙ୍ଗେ ମୋତେ,ନିଅ ଯୁଦ୍ଧ କ୍ଷେତ୍ରେ, ଥିବି ତୁମରି ସାଙ୍ଗରେ।

      ଆସି ସତ୍ୱରେ ଯେ

   ରହିଗଲେ ସଉ ମିତ୍ରୀ 

ବିଭୀଷଣ ବୀର, ଗଲେ ଯେ ସାଙ୍ଗର , ମନରେ ନ ରଖି ଭିତି।


ହେଲା ରଣ ଘୋର, ବାସୁକି ଅସ୍ଥିର, ଅସ୍ତ୍ର ପ୍ରତି ଅସ୍ତ୍ର ମାରି

ରାଗେ ଲଙ୍କପତି, ଏକାଘ୍ନି ଶକତି, ଲକ୍ଷ୍ମଣ ପରେ ପ୍ରହାରି

         ଗର୍ଜନ କରି ଯେ 

     ବିଭୀଷଣଙ୍କୁ କହଇ 

 ମୂଖେ ନାହିଁ ଲାଜ, ଆରେରେ ନିର୍ଲଜ, ଆସିଛୁ ଯୁଦ୍ଧକୁ ଧାଇଁ।


ଏକାଘ୍ନି ଶକ୍ତିର , ପ୍ରଭାବରେ ବୀର, ଲକ୍ଷ୍ମଣ ଚେତା ହରାଇ

ସର୍ବ କପି କୁଳ, ହୋଇ ହିନ ବଳ, ପଡ଼ିଲେ ମଥା ନୁଆଇଁ।

     ଦେଖି ଶ୍ରୀରାମ ଯେ

   ହୋଇଗଲେ ହତବାକ୍ୟ

ଉଠାଇ ଲକ୍ଷ୍ମଣ, କରିଲେ କ୍ରନ୍ଦନ, କାହାମନେ ନାହିଁ ସୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action