Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ଜୀବନ ଗୀତି

ଜୀବନ ଗୀତି

1 min
156



ଜାଣିଛି ମୁଁ ଭଲଭାବେ ଆତ୍ମା ମୋର ଅବିନାଶୀ

ନିରନ୍ତର ଉଜାଗର ଅନ୍ବେଷେ ପ୍ରଶାନ୍ତି

ପ୍ରତିକୂଳ ପରିସ୍ଥିତି ଉପୁଯାଏ ମନେ ଭୀତି

ଆହ୍ବାନେ କଠୋର ସ୍ଥିତି ସମୟ କଷଟୀ ।

ଭଙ୍ଗାଗଢା ଦୁନିଆରେ ବଞ୍ଚି ରହିବାକୁ ହେଲେ

କରିବାକୁ ହୋଇଥାଏ ଏକାକୀ ସଂଗ୍ରାମ

ବାଧାବିଘ୍ନ ପ୍ରତିବନ୍ଧ ଚଲାପଥ କରେ ରୋଧ

ହାରେ ନାହିଁ ଲଢିଭିଡି ଜିଣଇ ଜୀବନ ।

ପ୍ରବାହ ସ୍ବଚ୍ଛ ସ୍ବଚ୍ଛନ୍ଦ ଆତ୍ମିକ ସତ୍ଯ ସମ୍ବନ୍ଧ 

ପ୍ରୟାସ ପ୍ରଯତ୍ନେ ହୁଏ ପ୍ରାଣ ସଞ୍ଜିବୀତ 

ବିକଟାଳ ମହାକାଳ କ୍ରମଶଃ ହୁଏ ନୀରବ 

ଥିଲେ ଦୃଢ ମନୋବଳ ଲକ୍ଷ୍ଯ ସୁନିଶ୍ଚିତ ।

ରହିବି ମୁଁ ଅବିଚଳ ଆସୁ ଖରା ବର୍ଷା ଶୀତ

ଜୀବନର ଜୟଗାନ କରୁଥିବି ନିତି

ଦେଖି ନବ ସୂର୍ଯ୍ୟୋଦୟ ହେଉଥିବି ପୁଲକିତ 

ରଚିବି ଜୀବନ ଗୀତି କିରଣ ସଂପାତି ।

     



Rate this content
Log in

Similar oriya poem from Action