STORYMIRROR

Kabiratna Nutan Kumar Behera

Abstract Action Classics

3  

Kabiratna Nutan Kumar Behera

Abstract Action Classics

ସ୍ମୃତି ଫରୁଆରେ ଦୁଇ ହଜାର ତେଇଶ

ସ୍ମୃତି ଫରୁଆରେ ଦୁଇ ହଜାର ତେଇଶ

1 min
167

ସମୟଚକ୍ର ଅକ୍ଳାନ୍ତ ଅବିରାମ ତାର ଗତି

ସୂର୍ଯ୍ୟ ଉଇଁ ଅସ୍ତମିତ ହେଲା ବେଳକୁ

ବିତିଯାଏ ଅଙ୍ଗେ ଅନୁଭବ କରିଥିବା ଦିବସଟିଏ

ଆଜି ହୁଏ ଗତକାଲି ପାଲଟିଯାଏ ଅତୀତ

ଛାଡ଼ିଯାଏ କିଛି ଛାପ ରହେ ଅଭୁଲା ଅପାସୋରା 

ସ୍ମୃତି ତାର ସାଇତି ରଖିଥାଏ ହୃଦୟ 

କେବେ ହସର ଜୁଆର କେବେ ଲୁହର ଝର

ହସାଏ କନ୍ଦାଏ ଜୀବନକୁ ତା' ଇଚ୍ଛା ମତେ

ବଶ ହୋଇ ବିବଶରେ ସହିବାକୁ ହୁଏ ମଥା ପାତି

ସେ ବିଗତ ଘଟଣା ହାତରେ ଧରି ହେଉ ନଥିବା

ମନରେ ହିସାବ କରି ଗଣି ପାରୁ ନଥିବା 

କେତେ କ'ଣ ଘଟିଥାଏ ତା' ଚଲା ବାଟରେ

ସାମନ୍ୟରୁ ଅସାମାନ୍ୟ ହୋଇଥିଲେ

ଥିଲେ ତା'ର ବିଶେଷ ମାତ୍ରାରେ ପ୍ରଭାବ

ତାକୁ ନେଇ ଲେଖା ହୁଏ ପୃଷ୍ଠା ପୃଷ୍ଠା ଇତିହାସ 

ଆଜି ପରି ଦିନେ ଆସିଥିଲା ଦୁଇ ହଜାର ତେଇଶ

ନୂଆ ବର୍ଷ ହୋଇ ସ୍ଵାଗତ କରିଥିଲୁ ସମସ୍ତେ 

ଗଣନ କ୍ରମରେ ଅବଧି ତା'ର ହୁଏ ଶେଷ

ତିନିଶହ ପଞ୍ଚଷଠି ଦିନରେ ଘଟିଛି ଅନେକ କିଛି

ଜୀବନରେ ଭରି ଦେଇଛି ହର୍ଷ ଆଉ ବିଷାଦ

ସ୍ମୃତି ଫରୁଆରେ ରହିଛି ତାର ତଥ୍ୟ

ଆସିଥିଲା ସେ ନୂଆ ଆଶା ଉଦ୍ଦୀପନା ନେଇ

ଦେଇଛି କେତେ କ'ଣ ନେଇଛି ବି ବହୁତ

ବିଶ୍ବକୁ କରିଛି ସ୍ତମ୍ଭିଭୂତ ଚନ୍ଦ୍ରକୁ ଯାଇ ଚନ୍ଦ୍ରଯାନ

ବ୍ୟଥିତ କରିଛି ଆଘାତ ଦେଇ ପ୍ରାଣକୁ 

ବାଲେଶ୍ଵରର ବାହାନଗା ରେଳ ଦୁର୍ଘଟଣା

ସ୍ମରଣ ମାତ୍ରେ ଥରି ଉଠେ ସମ୍ବେଦନଶୀଳ ଛାତି 

ମଣିପୁରର ମହିଳାଙ୍କ ପ୍ରତି ଜଘନ୍ୟ ବର୍ବରତା

ଯା' ଲାଗି ଲଜ୍ଜାରେ ମୁଣ୍ତ ହୁଏ ତଳକୁ

ଏବେ ବି ସେ ହିଂସାକାଣ୍ଡର ବହ୍ନି ହୋଇନି ନିର୍ବାପିତ

ନିର୍ମାଣଧୀନ ଉତ୍ତରକାଶୀ ଟନେଲ ଭୁଷୁଡି ପଡିବାରୁ 

ନିରୀହ ଶ୍ରମିକମାନେ ଯାଇଥିଲେ ଫସି

ସତର ଦିନର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ 

ସୁରକ୍ଷିତ ହୋଇ ନବ ଜୀବନ ପାଇଲେ ବିପନ୍ନ

ଲୋକପ୍ରିୟ ବିଶ୍ବକପ୍ କ୍ରିକେଟ୍ ରେ ବିଜୟୀ ହେବ 

ଆଶା ସଞ୍ଚାର ହୋଇଥିଲା ଭାରତୀୟଙ୍କ ପ୍ରାଣେ

ଶେଷେ ହାରିଯାଇ ଭାଙ୍ଗିଦେଲା କୋଟି କୋଟି ମନ

ହତାଶ ନିରାଶ ହେଲେ ଯେତେ କ୍ରୀଡ଼ାପ୍ରେମୀ

ହିସାବର ଫର୍ଦ୍ଦରେ ଯୋଡ଼ି ଦେଇ ଯାଏ ଏତେ ସବୁ 

ସମୟର ସିନ୍ଧୁକ ସାଇତି ରଖିବ ହୋଇ ମୂକସାକ୍ଷୀ 

ସ୍ମୃତିର ଫରୁଆରେ ଦୁଇ ହଜାର ତେଇଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract