STORYMIRROR

Anjana Naik,Anju..Deogarh

Action

3  

Anjana Naik,Anju..Deogarh

Action

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
155


ମୁଁ ଥୁଣ୍ଟା ଗଛଟିଏ ବୋଲି

ଧରାରେ ଟଳି ପଡ଼ିବା 

କ'ଣ ଶ୍ରେୟସ୍କର ମଣିବି

ନା ଅପେକ୍ଷା କରିବି

ପୁଣି ସେ ଚୈତାଳୀର ମୃଦୁ ମଳୟକୁ

ଫଗୁଣ ର ପରସ କୁ ।


ହୃଦୟହୀନା ନୁହେଁ ମୁଁ

ପକ୍ଷୀଙ୍କର କଳରବରେ 

ଯେବେ ମୁଁ ସଚେତନ ହୁଏ 

ମୋ ସର୍ବାଙ୍ଗ ଶିରା ପ୍ରଶିରା ରେ 

କିଞ୍ଚିତ ଆବେଗ ର ତରଙ୍ଗ ଖେଳିଯାଏ

ଅନୁଭବ କରେ ସେ ପ୍ରେମ ପୁଲକକୁ ।


ମୋର ବାସ୍ତବତା କ'ଣ କ୍ଷଣସ୍ଥାୟୀ ?

ନିଶ୍ଚିତ ମୋ ଦେହରେ

ଯୈବନର ଦୀପ୍ତି ଫୁଟି ଉଠିବ

ପିଙ୍ଗଳ ପତ୍ର କଅଁଳି ଫୁଲ ଫୁଟିବ 

ଭଅଁର ଗୀତ ଗାଇ ମତୁଆଲା ହେବ 

ମୁଁ ହଜିଯିବି ତା କଳା ମଚ ମଚ 

ଦେହରେ କ୍ଷଣେ ଘସିହେବାକୁ ।


ଯେବେ ସବୁ ନିରବତା ଭାଙ୍ଗି

କେବଳ ମୋ କଥା ଭାବିବି ଏକାନ୍ତରେ

ପଥିକ କେହି ନଥିବେ  

ମୋ ଛାଇ ଟିକେ ପାଇବା ଆଶାରେ 

କିମ୍ବା

ନିଃଶ୍ବାସ ପ୍ରଶ୍ବାସର ଆଦାନ ପ୍ରଦାନ ପାଇଁ 

ତେବେ

ମୁଁ ଠିଆ ହୋଇଥିବି ଏକା ଥୁଣ୍ଟା ହୋଇ

ନିତି ଜଳୁଥିବି କାହା ସାନ୍ନିଧ୍ୟ ପାଇବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action