STORYMIRROR

Kabiratna Nutan Kumar Behera

Abstract Action Classics

3  

Kabiratna Nutan Kumar Behera

Abstract Action Classics

ଆସ ନୂଆ ବରଷ ପାଳିବା

ଆସ ନୂଆ ବରଷ ପାଳିବା

1 min
121


ଆସ ନୂଆ ବରଷ ପାଳିବା

ସଭିଏଁ ମିଶି ଆନନ୍ଦେ ସ୍ବାଗତ କରିବା

ପରସ୍ପର ମଧ୍ୟରେ ହସଖୁସି ବାଣ୍ଟିବା

ବରଷର ପ୍ରଥମ ଶୁଭ ଦିନଟିକୁ

ମନେ ପ୍ରାଣେ ମଧୁର ସ୍ମୃତି କରି ରଖିବା

ନିଜ ନିଜ ଭିତରେ ଆମ ସୁସଂପର୍କ

ଜୀବନ ଯାକ ବଜାଇ ରଖିବା

ସ୍ବଚ୍ଛ ନିର୍ମଳ ପବିତ୍ର ହୃଦୟର ସହିତ

ଜାତୀୟ ସଂହତି ଏକତା ରଖିବା 

ଆସ ନୂଆ ବରଷ ପାଳିବା

ବିଗତ ଦିନର ଯେତେ ଭୁଲ୍ ତ୍ରୁଟି

ଭୁଲି ଯାଇ ନିଜକୁ ସଂଶୋଧନ କରିବା

ନିଜ ଭୁଲ୍ ନିଜେ ଦେଖି ସୁଧୁରିବା

ତିକ୍ତତା ଯା' କଷ୍ଟ ଯନ୍ତ୍ରଣା ଦିଏ ଆମକୁ 

ତା'ଠାରୁ ସଭିଏଁ ଦୂରେଇ ରହିବା

ଅନାବିଳ ଭାବେ ମଣିଷକୁ ମଣିଷ ପରି

ସୂନ୍ଦର ରୁଚିପୂର୍ଣ୍ଣ ବ୍ୟବହାର ଦେଖାଇବା

ଜୀବେ ଦୟା କରି ଭଲ ପାଇବା

ଆସ ନୂଆ ବରଷ ପାଳିବା 

ସଭିଙ୍କୁ ମଧୁର ବିନୟ ବଚନ କହିବା

ଦୁଃଖିର ଦୁଃଖ ବୁଝି ଆପଦେ ବିପଦେ

ସହାୟତାର ହାତ ବଢ଼ାଇବା

ଅନୁକମ୍ପା ଦେଖାଇ ଦୟାବାନ୍ ହେବା

ସହାନୁଭୂତିଶୀଳ ହୋଇ ଆଶ୍ଵାସନା ଦେବା

ଅତି ମାନବର ମହତ ଗୁଣ ପ୍ରକାଶିବା

ଆତ୍ମୀୟତାର ଅତୁଟ ବନ୍ଧନେ

ଆମର ସବୁ ସଂପର୍କକୁ ଦୃଢ଼ ରଖିବା।

ଆସ ନୂଆ ବରଷ ପାଳିବା

ସମାଜରୁ ଅନ୍ଧବିଶ୍ୱାସ କୁସଂସ୍କାରକୁ

ଉନ୍ନତ ବୁଝାମଣାରେ ହଟାଇ ଦେବା

ନିସ୍ଵାର୍ଥପର ଭାବେ ସେବା ଯତ୍ନ କରିବା

ମାତୃଭୂମି ମାତୃଭାଷାର ଟେକ ରଖିବା

ସାହସର ସାଥେ ଅନ୍ୟାୟ ଅତ୍ୟାଚାର

ଅନୀତିର ବିରୁଦ୍ଧରେ ଲଢ଼ିବା

ସମଗ୍ର ବିଶ୍ବକୁ ଏକ କୁଟୁମ୍ବ ମଣି

ସାରା ସଂସାରକୁ ମଧୁମୟ କରିବା

ଆସ ନୂଆ ବରଷ ପାଳିବା।

     


Rate this content
Log in

Similar oriya poem from Abstract