STORYMIRROR

Geetanjali Prusty

Action

3  

Geetanjali Prusty

Action

ଏତେ ସପନକୁ ରାତି କାହିଁ

ଏତେ ସପନକୁ ରାତି କାହିଁ

1 min
133


ସନିଆ ମାଆଟା କତରାରେ ପଡ଼ି

ଛଟ ପଟ ହୁଏ ଖାଲି

ମନ ଘାରି ହୁଏ ଆସିବ କି ପୁଅ

ଦେଖିବ ଟିକିଏ ବୋଲି ll


କେତେ କଷ୍ଟ କରି ବଡ଼ କରିଥିଲା

ଆଖି ଲୁହ ଓଠେ ପିଇ

ବଡ଼ ହେଲେ ପୁଅ ମଣିଷ ହୋଇବ

ତୀର୍ଥ ବୁଲାଇବ ନେଇ ll


ବଡ଼ହେଲା ପୁଅ ଶଶୀକଳା ସମ

ଜାଣିନି ଅଭାବ କଥା

ମାଆର ପଣତ ରଖିଛି ଘୋଡ଼ାଇ

ଉଚ୍ଚରେ ଉଠାଇ ମଥା ll


ଅତିକ୍ରମି କେତେ ନଦୀ ଓ ସାଗର

ଚାଲିଗଲା ପରଦେଶେ

ପାଠ ପଢି ବଡ଼ ହାକିମ ହୋଇବ

ଆସିବ ସାହେବୀ ବେଶେ ll


ଦିନ କେତେଟାରେ ରଖି ସମ୍ପର୍କରେ

ନିତି ନିତି କଥାହେଲା

ପାଠପଢି ବଡ଼ ଚାକିରୀ ପାଇଲା

ମାଆକୁ ଖବର ଦେଲା ll


ସନାତନ ଆମ ହାକିମ ହୋଇଛି

ବୁଲି ବୁଲି କହେମାଆ

ଛାତି ତାର ହୁଏ କୁଣ୍ଢେ ମୋଟ ପୁଣି

ଫାଟିବାକୁ ବାକି ଯାହା ll


ଦିନ ପରେ ଦିନ ଗଡ଼ି ତ ଚାଲିଲା

ନ ଫେରିଲା ପୁଅ ଆଉ

ସାହେବୀ ଲଳନା ପାଲରେ ପଡ଼ି ସେ

ଦେଖାଇଲା ବଡ ଭାଉ ll


ଭୁଲିଗଲା ମାଆ ଜନ୍ମଭୂମି ନାଆଁ

ଭୁଲିଲା ଅତ୍ମୀୟ ଜନ

ଝୁରି ଝୁରି ବୁଢ଼ୀ କତରାରେ ପଡ଼ି

ଭୁଲିଲାଣି ତା' ସପନ ll


ପୁଅର ସାନ୍ନିଧ୍ୟ ତାର ସେଵା ଯତ୍ନ

ପାଇବାର ଇଚ୍ଛା ଯେତେ

ଏତେ ସପନକୁ ରାତି ଅବା କାହିଁ

ଭାବୁଛି ବୁଢ଼ୀ ନିରତେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action