Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ସଶକ୍ତ ଭାରତ

ସଶକ୍ତ ଭାରତ

1 min
4



ଶହ ଶହ ବର୍ଷ ପର ଅଧୀନତା ବେଢି ଓ ଶୃଙ୍ଖଳ 

ହଟାଇ ସଗର୍ବେ ହୋଇଛି ସ୍ବାଧୀନ ଦେଶ ଭାରତ ,

ସମଗ୍ର ବିଶ୍ବରେ ରଚିଛି ଆଦର୍ଶ ନୂଆ କୀର୍ତ୍ତିମାନ 

ମହାନ ଆମର ଗଣତନ୍ତ୍ର ରାଷ୍ଟ୍ର ଅଟେ ସଶକ୍ତ ।

ଶାସନର ଡୋରୀ ଧରିଅଛୁ ଆମେ ଆମରି ହାତେ

ବିବିଧତା ମଧ୍ଯେ ଜାତୀୟ ସଂହତି ଆମରି ଲକ୍ଷ୍ଯ, 

ଭୁଲି ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ସର୍ବ ଭେଦାଭେଦ

ଚାଲିବୁ ସତ୍ଯ ସୁପଥେ ସଦା ଘେନି ସୁସଙ୍କଳ୍ପ ।

ସତତ ପ୍ରଯତ୍ନେ କରିବୁ ହାସଲ ତ୍ବରିତ ପ୍ରଗତି

ସ୍ବକର୍ତ୍ତବ୍ଯେ ଆମ ରଖିବୁ ଅବଶ୍ଯ ନିଷ୍ଠା ଓ ଶ୍ରଦ୍ଧା ,

ଜ୍ଞାନ ଓ ବିଜ୍ଞାନେ ପ୍ରୟୋଗ ବିଶ୍ବାସେ ହେବୁ ପାରଙ୍ଗମ 

ଅରଜିବୁ ଆମ୍ଭେ ନୂଆ କୌଶଳ ପ୍ରଯୁକ୍ତି ବିଦ୍ୟା ।

ଗଣତନ୍ତ୍ରେ ଆମ ଅତି ମୂଲ୍ଯବାନ ଅଟେ ନିର୍ବାଚନ 

ମତଦାତାଗଣ କରନ୍ତି ଚୟନ ଯୋଗ୍ଯ ନେତୃତ୍ବ, 

ପ୍ରଶାସନ ହୁଏ ସ୍ବଚ୍ଛ ଗତିଶୀଳ ସୁଫଳେ ଯୋଜନା

ଶିକ୍ଷା ଆଉ ସ୍ବାସ୍ଥ୍ଯ ସୁଲଭେ ଜନତା ନ୍ଯାୟ ଉଚିତ ।

ଲଭି ଅଭିଜ୍ଞତା ଅତୀତ ଦିନରୁ ହେବା ସାବଧାନ

ବ୍ଯବସ୍ଥାରେ ଥିବା ବିଚ୍ଯୁତି ତ୍ରୁଟିକୁ ନେବା ସଜାଡି ,

ମନ୍ଦ ଉଦ୍ଦେଶ୍ଯରେ ପଦବୀ ଜାବୁଡି ହୋଇ ସର୍ବେସର୍ବା

ପାରିବେନି କେହି ଅସ୍ତିତ୍ବକୁ ଆମ କେବେ ବିଗାଡି । ।

       



Rate this content
Log in

Similar oriya poem from Action