STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ହେ ମଙ୍ଗଳମୟ

ହେ ମଙ୍ଗଳମୟ

1 min
9


ହେ ମଙ୍ଗଳମୟ କରୁଣା ସାଗର

     ଜଗତ ଜନଙ୍କ ନାଥ 

ସଭିଏଁ ଡାକନ୍ତି ସ୍ଵାମୀ ସ୍ଵାମୀ ବୋଲି

      ତୁମେ ପ୍ରଭୁ ଜଗନ୍ନାଥ।

ସଂସାର ଯାତନା ମନର ବେଦନା

      ବାଢି ଦେଲେ ତୁମ ପାଦେ

ନିମିଷକେ ସବୁ ଦୂର ହୋଇଯାଏ

      ତୁମ ଦୃଷ୍ଟି ପରସାଦେ।

କେତେ କେତେ ଜନ୍ମ ବିତିତ ଗଲାଣି

      ବୁଝୁ ନାହିଁ ଏଇ ମନ

ତୁମକୁ ପାଇବା ଲକ୍ଷ୍ୟ ଯେବେ ହେବ

      ମୁଁ କାର ହେବ ମରଣ।

ସେହି ଦିନ ତୁମେ ମୋ ହୃଦ ମନ୍ଦିରେ

     ବିଜେ ହେବ ଚକାଡୋଳା

ନିତି ଦିନ ହେଉ ଭଜିବାର ଦିନ

     ମୋହ ପାଇଁ ତୁମ ଲୀଳା।

ଧନ ସମ୍ପଦ ରେ ମନ ବଳେ ନାହିଁ

     ହେଲେ ଟିକେ ତୁମ ଦୟା 

ସେହି କୃପା ନେଇ ତରିବି ସଂସାର

      ଭୁଲିଯିବି ମିଛ ମାୟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action