STORYMIRROR

Kabiratna Nutan Kumar Behera

Tragedy Action Classics

3  

Kabiratna Nutan Kumar Behera

Tragedy Action Classics

ତୁମକୁ ଖୋଜୁଛି ଭିଡ଼ ଭିତରେ

ତୁମକୁ ଖୋଜୁଛି ଭିଡ଼ ଭିତରେ

1 min
205

  


ହେ ସତ୍ୟ ! 

ଦୁନିଆଁର ହାଟ ତ ପ୍ରବଳ ଭିଡ଼

ଯେଉଁ ଗଳିକୁ ଚାହିଁଲେ 

ଦିଶନ୍ତି ନା ନା ଚରିତ୍ରମାନେ ମାଳ ମାଳ 

ସଭିଏଁ ତରତର ଭାରି ଅସ୍ତବ୍ୟସ୍ତ

ସାଉଁଟି ନିଅନ୍ତି କିଛି ଜୀବନ ସଉଦା 

ଦରଦାମ୍ ନେଇ ହୁଏ ବିକାକିଣା  

ଶସ୍ତାରୁ ମହଙ୍ଗା ଦରବ ସବୁ 

କେଉଁଠି ହେଉଛି ତାର ଓଜନ ବାଜନ

କେଉଁଠି ହେଉଛି ମୂଲଚାଲ 

ଯିଏ ଯା'ର କିଣି ନିଅନ୍ତି ଇଚ୍ଛା ମତେ

ବୁଝିବାକୁ ବଜାରର ସଠିକ୍ ହାଲଚାଲ 

ତୁମକୁ ଖୋଜୁଛି ଭିଡ଼ ଭିତରେ 

ଖୋଜି ଖୋଜି ଗଲିଣି ଥକି 

ଦୂରରୁ ଦେଖି ଭାବେ ତୁମେ ବୋଲି

ପାଖକୁ ଗଲେ ଦେଖେ ସେ ଆଉ ଜଣେ

ହୋଇଛି ତୁମ ପରି ସେ ସଜବାଜ

ଆଖି ଖାଇଯାଏ ଧୋକା 

ତୁମକୁ ନପାଇ ଶୁଣିବାକୁ କାନ ଡେରେ

ହୁଏତ ଶୁଣା ଯିବ ତୁମ କଣ୍ଠସ୍ଵର

ତା' ବି ହେଉ ନାହିଁ ସମ୍ଭବ

କହୁଛନ୍ତି ତ ସମସ୍ତେ ଜୋର ପାଟିରେ 

ଶୁଣି ବୁଝି ହେଉନି କାହାରି କଥା 

ଉଚ୍ଚ ସ୍ଵରର ଖାଲି କୋଳାହଳ

ଯେ ଯା'ର ହିସାବରେ କରନ୍ତି ବେପାର

ଆକର୍ଷିତ ହୁଅନ୍ତି ଗରାଖ ଯେତେ

ହେ ସତ୍ୟ !

ତୁମେ କେଉଁଠି ରହିଛ ଛପି

ନା' ତୁମକୁ ରଖା ଯାଇଛି ଛପେଇ

ଏ ବଜାର ସାରା ମିଳୁନି ତୁମର ପତ୍ତା 

ବିଜ୍ଞାପନ ତ କେତେ କ'ଣ 

ପ୍ରଚାର ପ୍ରସାର ମଧ୍ୟ ଚାରିଆଡ଼େ

ବହୁ ଚେଷ୍ଟା କରି ପାଉନି ତୁମର ଭେଟ

ହେବାନି କି ଆମେ ସାମ୍ନା ସାମ୍ନୀ 

ତୁମକୁ ଖୋଜୁଛି ଭିଡ଼ ଭିତରେ

ଚିହ୍ନା ଅଚିହ୍ନା ଯା'କୁ ଯେତେ ପଚାରୁଛି

ଦିଅନ୍ତି ତୁମର ଯେଉଁ ଠିକଣା

ସେ ଠିକଣାରେ ତୁମକୁ ତ ପାଉନି

ଲାଗେ ସବୁ ମିଛ ମାୟାର କୁହୁଡ଼ି ଧୂଆଁ

କାଞ୍ଚନ ଭାବି ଧରିଲା ବେଳକୁ

ସେ ତ ପାଲଟିଯାଏ କାଚ

ଲାଗେ କୁହୁକ ପେଡ଼ିର ଗପ ପରି

ଭିଡ଼ରୁ ଯାଉଛି ବାହରକୁ

ନିରବରେ ବସିବି ଯାଇ ବାଟ କଡ଼ରେ

ତୁମେ ବାହାରିଲେ ହେବ ଦେଖା

ଏ କଥା ନଭାବି ମନରେ

ତୁମକୁ ଖୋଜୁଛି ଭିଡ଼ ଭିତରେ

ହେ ସତ୍ୟ ! ତୁମ ସାଥେ ହେଉ ଭେଟ।

    



Rate this content
Log in

Similar oriya poem from Tragedy