Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Action

3  

Geetanjali Prusty

Action

ଆମ ଗାଆଁକୁ ଶୀତ ଆସିଛି

ଆମ ଗାଆଁକୁ ଶୀତ ଆସିଛି

1 min
199



ଆମ ଗାଁଆକୁ ଶୀତ ଆସିଛି

ହିମ ପବନ ନେଇ

ଥରୁଛି ଦେହ ଉଷୁମ ମୋହ

ଭାଙ୍ଗି ପାରୁନୁ କେହି ll


ବୁଢା ବୁଢ଼ୀଙ୍କ ଅସହ୍ୟ କଷ୍ଟ

ଶୀତର ପରାଭବ

ଜାକି ଜୁକିକି ବସିରହନ୍ତି

ତା' ସାଙ୍ଗେ କରି ଭାବ ll


ହେଁସ ଘୋଡ଼ାଇ ଶୋଇବା ପାଇଁ

କେତେ ଯେ ମଜା ଲାଗେ

ସକାଳୁ ଉଠି ନିଆଁ ପୁଇଁଲେ

ଦେହରେ ଫୁର୍ତ୍ତି ଜାଗେ ll


ଗରମ ଚାହା ସାଙ୍ଗରେ ମୁଢ଼ି

ବରା, ପକୁଡି ଥିଲେ

ତା' ଠାରୁ ଆଉ ସୁଆଦ କିବା

କାହିଁ କେଉଁଠୁ ମିଳେ ll


ମାଆ ହାତର ଭାତ ତିଅଣ

ଲାଗଇ ସୁଆଦିଆ

ବାମ୍ଫ ବାହାରୁ ଥିଲେ ସେଥିରୁ

ଖାଇବାକୁ ବଢ଼ିଆ ll


ପାଣିକୁ ଦେଖି ଲାଗଇ ଡର

ଗାଧୋଇ ଯିବା ପାଇଁ

ନଈ, ପୋଖରୀ ହେମାଳ ଭାରି

କରେ ସେ ନାଇଁ ନାଇଁ ll


ନଳ କୂପ ବା ବାମ୍ଫିର ଜଳ

ଉଷୁମ ଲାଗେ ଭାରି

ସକାଳୁ ସେଇ ପାଣିରେ ପରା

ଗାଧୁଆ ରହେ ଜାରି ll


ପାଚିଲା ଧାନ କ୍ଷେତ ବାଡ଼ିରୁ

ଖଳାକୁ ବୋହି ଆଣୁ

ବାପା,ଜେଜେପା' ସାଙ୍ଗରେ ମିଶୁ

କାମ କରିବା ଜାଣୁ ll


ରାତି ବଡ଼କୁ ଦିନଟି ଛୋଟ

ସଅଳ ଯାଏ ଚାଲି

ଅଳସ କଲେ ବେଳ ଅଣ୍ଟେନି

ଆସଇ ଶୀତ ମାଡ଼ି ll


ଫସଲ ସବୁ ଅମଳ ହୁଏ

ଖଳାରେ ଲାଗେ ଭିଡ଼

ବେଙ୍ଗଳା ପଡ଼େ ବଳଦ ଗୋଡ଼େ

ଧାନ ହୁଏ ଅମଳ ll


ଆସିଲେ ରାତି କବାଟ ତାଟି

ବଅନ୍ଦ ହୁଏ ବେଗେ

ଗାଆଁରେ ଶୀତ ମାଆ ପଣତ

ଶ୍ରଦ୍ଧାରେ ରହେ ଆଗେ ll


Rate this content
Log in

Similar oriya poem from Action