ସକରାତ୍ମକ ଦୃଷ୍ଟିଭଙ୍ଗୀ
ସକରାତ୍ମକ ଦୃଷ୍ଟିଭଙ୍ଗୀ
"ବିବେକ" ଅଛି ବୋଲି ତ, ମନୁଷ୍ୟ
ସର୍ବଶ୍ରେଷ୍ଠ ପ୍ରାଣୀ ବୋଲାଏ,
ବିବେକ ମାଧ୍ୟମରେ ଉପଯୁକ୍ତ ନିଷ୍ପତ୍ତି
ଗ୍ରହଣ କରି ପାରି ଥାଏ ।
ସତ୍ୟ -ଅସତ୍ୟ, ଧର୍ମ- ଅଧର୍ମ, ନ୍ୟାୟ-
ଅନ୍ୟାୟ ରେ ଥିବା ପ୍ରଭେଦକୁ,
ହୃଦୟଙ୍ଗମ ହେଲେ ପରିଚାଳିତ କରି
ପାରଇ ଉପଯୁକ୍ତ ମାର୍ଗରେ ଯିବାକୁ ।
ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହେବାକୁ
ପଡେ ଜୀବନର ଚଲାପଥରେ,
ବାଧାବିଘ୍ନକୁ ଅତିକ୍ରମ କରି ଜୀବନକୁ ଅତିବାହିତ
କରିବାକୁ ପଡିଥାଏରେ ।
ଜୀବନରେ ସୁଖ ଏବଂ ଦୁଃଖ ଉଭୟ ରହେ
ଅଙ୍ଗାଙ୍ଗୀ ଭାବରେ ଜଡିତ,
କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନା କରିବାକୁ
ହୁଏ ନହୋଇ ଅବିଚଳିତ ।
ସତ୍ୟ, ଧରମ ଓ ନ୍ୟାୟ ଚିନ୍ତନରେ ବଢ଼ଇ
ମାନ ସନମାନ ଜୀବନର
ଯୁଗେ ଯୁଗେ ତା'ର ଅଦ୍ଭୂତ ଆଚାର ବିଶ୍ୱ
ଚରାଚରେ କରନ୍ତି ଆଦର ।
ପଞ୍ଚଭୁତରେ ଗଢା ଏ ଶରୀର ଦିନେ ନା
ଦିନେ ମାଟିରେ ମିଶିଯିବ,
ସତ୍ୟରେ ଜଗତ ଚଳେ, ଏଇ କଥାକୁ
କାହିଁ ପାଇଁ ମନୁଷ୍ୟ ଭୁଲିବ ।
ନିଜର ସକରାତ୍ମକ ଦୃଷ୍ଚିଭଙ୍ଗୀରେ ଦେଖିଲେ,
ପ୍ରତ୍ୟେକଟି ପରିସ୍ଥିତିକୁ,
ସକରାତ୍ମକ ହୋଇଉଠେ ଓ ସର୍ବୋତ୍ତମ କରି
ଗଢି ତୋଳି ଥାଏ ନିଜକୁ ।
ସକରାତ୍ମକ ଦୃଷ୍ଟିଭଙ୍ଗୀ ରଖି ଚରିତ୍ରକୁ ଗଢିବାକୁ
ପଡେ ଜୀବନ ଭିତରେ,
ସକରାତ୍ମକ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ରହିଛି
ସୁସ୍ଥ ସମାଜର ଉତ୍ପତ୍ତିରେ ।
ଜୀବନର ପଥକୁ ସତ୍ୟର ପଥରେ ଚଳାଇଲେ
ପ୍ରତି ମଣିଷର ଜୀବନରେ
ଶାନ୍ତି ଆସେ, ସୁଖ ମିଳେ, ପ୍ରଗତି ହୋଇଥାଏ
ପ୍ରତ୍ୟେକ ସମାଜ ଭିତରେ ।