Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ଆମ ଗୌରଵ

ଆମ ଗୌରଵ

1 min
282



ଦିପାବଳୀ ଅଟେ ଆଲୋକ ପର୍ବ

ଆମ ପରମ୍ପରା ଆମ ଗୌରବ

ଦୀପାବଳୀ ଅଟେ ଆଲୋକ ପର୍ବ

ଅମା ଅନ୍ଧକାର କରଇ ଖର୍ବ ।

ଦୀପlଳି ମାଳି ରେ ମଞ୍ଜୁଳେ ସର୍ବ

ସ୍ଥାନ ମାନ ଶୋଭା କେଡେ ଅପୂର୍ବ ।

ଅନ୍ତରେ ଆଣଇ ଏ ଦିବ୍ୟ ଭାବ

ଅନ୍ଧାର ଅଜ୍ଞାନ ସାଥେ ଅଭାବ ।

ବିନାଶେ ବିଶେଷ ଯୋଗାଏ ଭାବ

ଦୂରାଏ ଦୁର୍ଦ୍ଦଶା , ଦୁଃଖ , ଦୂର୍ଭାବ ।

ଆମ ପରମ୍ପରା ଆମ ଗୌରବ 

ଅତୀତ ଯୁଗ ରୁ ଏହି ଉତ୍ସବ

ପାଳନ କରୁଛୁ ଜନେ ସରବ ।

ତମସୁ ମା ଜ୍ୟୋତିର୍ଗମୟ ଭାବ

 ବହନ କାରୀ ଏ ଆଣେ ସଦ୍ଭାବ ।

ଐକ୍ୟ ସଂହତି ଓ ଭାତୃତ୍ବ ଭାବ

ଜାଗରଣ କାରୀ ଜାତୀୟ ପର୍ବ ।

ଶାନ୍ତି ପ୍ରୀତି , ମୈତ୍ରୀ ଏକତା , ସର୍ବେ

ଶିଖାଏ ସେନେହ ହୃଦୟ ଦ୍ରବେ ।

ଜନ ମନେ ଦିଏ ଉତ୍ସାହ ଦିବ୍ୟ

ଜନମାଏ କେତେ ସୁଦିବ୍ୟ ଭାବ ।

ଅନ୍ଧାର କାଳିମା ତମସା ସବୁ

ଧୋଇ ହୋଇ ଥାଏ ଏଇ ଉତ୍ସବୁ ।

ନିରାଶା , ଦୁଶ୍ଚିନ୍ତା , ଦୈନ୍ୟ ସରବ

ନିରାକରଣ ରେ ପାଳୁ ପରବ ।

ଦୀପ ମାଳା ଜାଳି ଶୋଭାଇ ନବ

ଜ୍ଞାନ ର ମହତ୍ତ୍ଵ କୁ ଅଭିନବ ।

ଢ଼ଙ୍ଗରେ ସୁଚାଏ ପାପ ନlଶିବ

 ଏ ହିଁ ସମାଜ ରେ ଶାନ୍ତି ସ୍ଥାପିବ ।

ଜ୍ଞାନ ପଥେ ଜ୍ଞାନାଲୋକେ ସରବେ

ଶାନ୍ତି ସଂପ୍ରୀତି ର ମନ୍ତ୍ରେ ଚଳିବେ ।

ସରାଗ ସାହସ ହସ ସଦ୍ଭାବ

ସରସ ସରଳ ରସ ବିଭାବ ।

ବିଭlସେ ଆଲୋକେ ଏହି ଉତ୍ସବ

 ମୁଖରେ ଆନନ୍ଦ ଉଲ୍ଲାସ ଦେବ ।

 ଉଦ୍ଦୀପନା ପୂର୍ଣ୍ଣ ଏ ନିବେଦିବ

ବାଣ , ଫୋଟକା ଇତ୍ୟାଦି ଫୁଟିବ ।

ଫୁଲଝରି ଝରବତୀ ଖେଳିବ

ଆନନ୍ଦ ଉଲ୍ଲାସେ ପର୍ବ ପାଳିବ ।

ପ୍ରଦୀପ ଜଳିଲେ ପବିତ୍ର ଭାବ

ଉତ୍ସାହ ଜାଗୃତି ସ୍ରୋତ ଅପୂର୍ବ

 ପ୍ରାକୃତିକ ମତେ ପ୍ରବାହ ହେବ ।

ସତ୍ୟ ନ୍ୟାୟ ଧର୍ମ ଏହି ସ୍ଥାପିବ

କରିବା ପାଳନ ଦେଶ ରେ ସର୍ବ ।

ଚେତନା ର ଉତ୍ତରଣେ ପ୍ରଭାବ

 ପକାଇ ପ୍ରାଣ କୁ ଏ ଅମୋଦିବ ।

ଅତୀତ ଯୁଗ ରୁ ଏହି ଉତ୍ସବ

 ପାଳନ କରନ୍ତି ଲୋକେ ସରବ ।

ଦେଶ ରେ ସର୍ବତ୍ର ମଉଜ ଭାବ

ଉନ୍ମାଦନା ଭରା ଅନନ୍ୟ ପର୍ବ ।

ମଙ୍ଗଳ ମୟ ଏ ଶୁଭ ଉତ୍ସବ

ଆଲୋକ ମାଳା ରେ ଝଲସାଇବ ।

ସଂସ୍କୃତିକ ଓ ଗାରିମା ବିଭବ

ବୋହି ସଞ୍ଚାରେ ଭାବ ଅଭିନବ ।

ଦିପାବାବଳୀ ଅଟେ ଆଲୋକ ପର୍ବ

ଆମ ପରମ୍ପରା ଆମ ଗୌରବ ।



Rate this content
Log in

Similar oriya poem from Action