Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Pradhan

Action

3  

Debadatta Pradhan

Action

ବିଜୟ ତ୍ରିରଙ୍ଗା

ବିଜୟ ତ୍ରିରଙ୍ଗା

1 min
130



ଅଜୟ ସୁଭୋଗା ବିଜୟ ତ୍ରିରଙ୍ଗା

ସୁଢଳ ବିଶ୍ବ ବନ୍ଦିତ

ନିଃସ୍ବ ସରଣୀର ହର୍ଷ ଉଲ୍ଲାସର

ଶସ୍ୟ ଶ୍ୟାମଳ ଛନ୍ଦିତ।


ବନ୍ଦିତ ଜାହ୍ନବୀ ସ୍ପନ୍ଦିତ ଏ ଭୂବୀ

ମଣ୍ଡିତ ପାଦପ କୂଳ

ଚାରୁ ଚାରୁ କଳା ଭୁରୁଭରି ମାଳା

ସରୁ ଗରୁ ଗୁରୁକୁଳ।


ନବଦ୍ବୀପ ମହୀ ସପ୍ତ ଦ୍ବୀପ ବହି

ଗିରିିଶୃଙ୍ଘ ଚୂଳ ମଥା

ଯାର କଟିତଟ ତଟିନୀ ପ୍ରକଟ

ବିଶ୍ବ ଗାଉଛି ତା,ଗାଥା।


ଚିଲିକା ମଲ୍ଲିକା ହେନ୍ତାଳ ଇଲାକା

ପ୍ରକୃତି ବିଭବଶାଳୀ

ମରଣ ଦୁଆରୁ ସ୍ବାଧିନ ହିଆରୁ

ଝରୁଛି,ଏ ଅର୍ଘ୍ଯଥାଳି।


ଦେଖଗୋ ସଙ୍ଗାତ ବଇରୀ ରକତ

ଭିଜିିଛି ଏ ମାଟି ମଟାଳ

ସ୍ବାଧିନତା ସିକ୍ତ ବହିତ୍ର ଭାରତ

ତଦ୍ଦୀୟ ସୈାରଭ ଠୁଳ।


ବିଜୟୀ ସର୍ବତ୍ରେ କି କିର୍ତ୍ତୀ ମରତେ

ଭାରତେ ଛୁଟିଛି ସୁଅ

ହିନ୍ଦୁ ଅଣହିନ୍ଦୁ ସର୍ବମାନ୍ୟ ବାନ୍ଧୁ

ଗଣତନ୍ତ୍ର ମନ୍ତ୍ର ଥୁଅ।


Rate this content
Log in

Similar oriya poem from Action