Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Romance Action Inspirational

3  

Akshayakumar Dash

Romance Action Inspirational

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

1 min
181



କଅଁଳ ପତର ହୁଏ ଥର ଥର

ଉତ୍ତରା ପବନ ସାଥେ

ଭଅଁର ଲମ୍ପଟ ଜାଗେ ବାଟ ଘାଟ

ଫୁଲ ସଂଗେ ପ୍ରେମ ମାତେ ।

 

ମହୁମାଛି ଧ୍ୟାନ ପରାଗ ପାନରେ

ପ୍ରଜାପତି ନାନା ରଙ୍ଗେ

ପ୍ରେମୀଟିଏ ସାଜି କରୁଥାଏ ରାଜି

 କେତେ ରୂପରଙ୍ଗ ଢଙ୍ଗେ ।


ସବୁଜିମା ଭରା ଦିଶୁଥାଏ ଧରା

ଉଧ୍ୟାନ କାନନ ବନ

କୋଇଲିଟା ବସି ସାଥି କୁ ଡାକୁଛି

ଉଚ୍ଛନ୍ନ କରୁଛି ମନ ।


ମହକଇ ମଲ୍ଲି କେତକୀ ମାଳତୀ

ଅଶୋକ ଚମ୍ପା ଚାମେଲି

ଜୁଇ ଯାଇ ହେନା ନାଗେଶ୍ୱର ଅନା

ଫୁଲ ମାନଙ୍କର କେଳି ।


କରବୀର ଡାକେ ଆସ ଗୋ ବଉଳ

ଖେଳିବା ଚାଲଗୋ ହୋଲି

ଅଙ୍ଗରେ ଅଭିର ନାଲିଆ ଗଭୀର

 ରଙ୍ଗ ହେବା ବୋଳାବୋଳି ।


ଗୋପାଳ ଓଗାଳ ରାଧାଶ୍ୟାମ ତାଳ

ନଦିଆ କୀର୍ତ୍ତନ ଗାଇ

ବିମାନ ରେ ବସି ମେଳଣ ମଣ୍ଡପ

ଦେଖିଯିବା ଚାଲ ଭାଇ ।


ଆକାଶରେ ରଙ୍ଗ ମାଟି ପବନରେ

ପୁନେଇ ଜହ୍ନରେ ରଙ୍ଗ

ଛାଟି ଦେବା ରଙ୍ଗ ରଂଗୀଲା ଦିଶିବ

ତନୁ ମନ ପ୍ରାଣ ସାଙ୍ଗ ।



Rate this content
Log in

Similar oriya poem from Romance