STORYMIRROR

Naliniprava Subudhi

Action

4  

Naliniprava Subudhi

Action

ଉତ୍କଳ ଦିବସ

ଉତ୍କଳ ଦିବସ

1 min
366


ଉଣେଇଶ ଛତିଶ ଏପ୍ରିଲ ଏକରେ

ଓଡ଼ିଶା ରାଜ୍ୟ ଗଠନ ।

ଓଡ଼ିଆ ବୋଲିଣ ସଗର୍ବେ କହିବୁ

ଏଇ ଆମ ସ୍ଵାଭିମାନ ।


ଲେଖୁଛୁ ଓଡ଼ିଆ କହିବୁ ଓଡ଼ିଆ

ଉତ୍କଳ ଆମ ସଂସ୍କୃତି।

ତ୍ରିରଙ୍ଗା ଆମର ଜାତୀୟ ନିଶାଣ

ଆମେରେ ଓଡ଼ିଆ ଜାତି। 


ଆମ ପୂର୍ବ ପିଢ଼ି ଜିତିଥିଲେ ସିନା

ଗଙ୍ଗା ଠାରୁ ଗୋଦାବରୀ।

ତାଙ୍କରି ଔରସେ ଜାତ ହୋଇ ଆମେ

କେଉଁ ଗୁଣେ ତାଙ୍କୁ ସରି ।


ସ୍ଵତନ୍ତ୍ର ଓଡିଶା ଗଠନ ନିମିତ୍ତ

କେତେ କେତେ ଜ୍ଞାନୀ ଗୁଣୀ।

କଲମ ମୁନରେ ସ୍ଵାକ୍ଷର କରିଲେ

କାଟି ବିନିଦ୍ର ରଜନୀ ।


ମଧୁ ବାରିଷ୍ଟର ଫକୀର ମୋହନ

ଓଡ଼ିଆଙ୍କ ସ୍ଵାଭିମାନ।

ଦୟା ନଦୀ ଆଜି ଜୟଗିତୀ କହେ

ଓଡ଼ିଆଙ୍କ ବଳିଦାନ।


କୋଣାରକେ ଦିଶେ କଳାର ଭାସ୍କର 

ଖଣ୍ଡଗିରି ଗାଏ ଗାଥା ।

କୋଟି ଓଡିଆଙ୍କ ମଉଡମଣି

ଶ୍ରୀକ୍ଷେତ୍ରରେ ଜଗନ୍ନାଥ।


ଭୁଲି ପାରିବିନି ଉତ୍କଳ ମାଟିକୁ

ପବିତ୍ର ଜନମ ଭୂମି।

ନୀଳ ସାଗର ଯା',ଚରଣ ଧଉତେ

ପାହାଡ଼ ଆକାଶ ଚୁମି ।



Rate this content
Log in

Similar oriya poem from Action