ଉଦାସ ମନ
ଉଦାସ ମନ
କାହିଁକି କେଜାଣି
ବେଳେବେଳେ ଭଲ ଲାଗେନି ଜମା
ଅରୁଚି ଲାଗେ ସବୁ ମୁହୂର୍ତ୍ତ ଗୁଡାକ
ଉଦାସିଆ ପଣ ଖାଁ ଖାଁ ଭାବ
ଗୋଡାଉଥାଏ ଗୋଟା ପୁଣି ମନ
ଚୁପଚାପ ଦେଖୁଥାଏ
ସ୍ମୃତିର ଆଇନାରେ ନିଜକୁ
ଅନ୍ତର ଚେତନାର ପ୍ରତିବିମ୍ଵରେ
ବାରମ୍ଵାର ପଚାରୁଥାଏ
ମୁଁ କିଏ
କାହିଁକି ମୋର ଏ ଅଭିଯାନ ?
ରକ୍ତ ମାଂସର ସ୍ନାୟୁବିକ ଆବେଗ
ବିବେକ ମନର ଘମାଘୋଟ ସଂଘର୍ଷ
ହାରିବା ,ଜିତିବା ମଧ୍ୟେ
ମନ ସନ୍ଧି କରିନିଏ ବୋଧେ
ଏଇତକ ସମୟ ।
ସୁଖଦୁଃଖ ଦୁଇ ମଝିରେ
ଅଟକିଯାଏ ସେ
ଭାବୁଥାଏ ନୂତନ କୌଶଳ
କେମିତି ପ୍ରତିହତ କରିବ
ନିଜର ସୁରକ୍ଷା ବଳୟ ।
ଶଶାଙ୍କ ଶେଖର ରାୟ
ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା
ମୋ - ୭୩୭୭୧୯୭୯୯୯
