STORYMIRROR

Deepak Kumar Mishra

Fantasy

4  

Deepak Kumar Mishra

Fantasy

ତୁଠହଳଦୀ

ତୁଠହଳଦୀ

1 min
876

ଭଦୁଁଅ ରାତିରେ

ପଦୁଅଁ ପୋଖରୀର କୁଆଁରୀ ତୁଠର

ବଳକା ହଳଦୀ

ଯେବେ ହାତ ଠାରି ଜହ୍ନକୁ ଡାକେ

ହଳଦୀ ମାଖିବାକୁ ଫୁଲେଇ ଜହ୍ନ

ସପ୍ତରଙ୍ଗୀ ଡ଼ଙ୍ଗାରେ ବୁଡି,

ଭାସି ଭାସି ଆସି

ପାଣିର ଆଇନା ଭାଙ୍ଗେ

ଆବେଗ ଆହୁଲା ବାହି,

ଚହଲି ତୁଠରେ ଲାଗେ

ତା ଚକା ମୁହଁଟିକୁ

ତୁଠର କୋଳରେ ରଖି

ଆକାଶର ଖୁଣ କହେ

ତାରାର ବି ଗୋଇ ଖୋଳେ

ଓଠ ଚିପି ହସି ହସି

ନରମ ନଖରେ ସେ ତୁଠ ପଥରର

ଉଥୁରା ପିଣ୍ଡରେ ପ୍ରୀତି ଗାରଟିଏ ଟାଣେ

ତା ହାଡୁଆ ହାତରୁ କଢ଼ିଟିଏ ନେଇ

ଖୁସିରେ ଗଭାରେ ଖୋସେ

କୂଳକୁ ନଇଁ ଥିବା ବିଚରା କଦମ୍ବ

ଗୁମାନରେ ଫୁଲଟେ ଫୋଫାଡି

ପାଣି ଚହଲାଇ ଯେବେ

ପ୍ରଣୟ ଲୟକୁ ଭାଙ୍ଗେ

ରୁପାଜହ୍ନ ମୁହଁ ପାଣି ସିଆରରେ

ଅଧିକ ସୁନ୍ଦରୀ ସୁନ୍ଦରୀ ଲାଗେ

ବିଶ୍ୱାସ ହେଉନି ଯଦି

ପଚାର ତୁଠ ପଥରକୁ ଯାଇ

ସଖିଟିଏ ହୋଇ

ଯିଏ ବୋଳିଥିଲା ସୁନାର ହଳଦୀ

ଜହ୍ନର ଅଫେରା ପାଦରେ,

ସେହି ପ୍ରଣୟ ଭିଜା ରାତିରେ

ନିଜେ ଭିଜି ଭିଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy