ତୁଠ ପଥର
ତୁଠ ପଥର
ଶତାଦ୍ଦୀର ସେଇ ମୁଁ ତୁଠ ପଥର
ଜାଣେନା ମୁଁ କେହି ଆପଣାର ପର
ପଡି ରହେ ଖାଲି ନିର୍ମମ., ନିଶ୍ଚଳ
ସୋଇ ରହିଛି ମୋ ପୃଥୁଳ ଶରୀର
ଜୀବନ ବହ୍ନିରେ ହୁଏ ଏକାକାର
ଆଜି ମୁଁ ଗାଉଛି ମୋ ହୃଦୟ ଗାଥା
ସାଇତି ରଖିଛି କେତେ କୋହ, ବ୍ୟଥା
ସୋଇ ରହିଛି ମୋ ପୃଥୁଳ ଶରୀର
ଶୀତ କାକରେ ବି ନିର୍ମମ, ନିଶ୍ଚଳ
ବରଷାରେ ଭିଜେ ମୋ ଦନ୍ତୁରତ ପୃଷ୍ଟ
ଦେଖିଛି ନଈର କରାଳ ରୂପକୁ
ଆଙ୍କିଥିଲା କେତେ ବିଭତ୍ସ ଚିତ୍ରକୁ
କେତେ ନାଲି ଚୁଡ଼ି ଭାଙ୍ଗିଲା ମୋ ପୃଷ୍ଟେ
ଦେଖିଛି ତାହାର ବିଭତ୍ସ ଚେହେରା
ଜୀବନ ହୋଇଛି ଲୁହର ପସରା
କେତେ ବସନ୍ତ ମୁଁ ହୃଦେ ଅନୁଭବେ
ଗ୍ରାମ୍ୟ ବାଳାର ସେ ପୁଙ୍ଗୁଳା ଦେହ ଟି
ତୁଠ ରେ ମୋହର କେତେ ଥର ମାଜେ
ଶିହରୀ ଉଠେ ମୋ ପଥର ହୃଦୟ
ପୁଣି ଶୁଣେ ତାର କରୁଣ ରୋଦନ
ଶାଶୂଘର ପାଇଁ କାନ୍ଦେ ସେ ବିଜନେ
ମୁଁ ତୁଠ ପଥର କାହିଁ ଭାଗ୍ୟ ମୋର
କେବେ ସେଇ ପାଦ ମୋ ଦେହେ ପଡିବ
ଅହଲ୍ୟା ପରିକା ପାଇବି ମୁଁ ମୁକ୍ତି
ଏ କଥାକୁ ଖାଲି ଭାବେ ମୁଁ ନିଇତି ।