ଥିଲା ଗୋଟେ ଫୁଲ
ଥିଲା ଗୋଟେ ଫୁଲ
ପ୍ରତିଦିନ
ସକାଳ ବୁଲା ଆଖି
ଗୋଟେ ବଗିଚାର ଦୃଶ୍ୟ ଦେଖି
ଆମୋଦିତ ମନ
ଉଲ୍ଲସିତ ପ୍ରାଣ ।
କଢ଼ଟିଏ
ଫୁଟିବ ଫୁଟିବ ହେଉଥିଲା
ଫୁଟିଲା ବି
ତାକୁ ଦେଖି ବଗିଚା ଖୁସି ହେଲା
ମୋରି କେତେ ବାଟୋଇ ବି
ଫୁଲର ରୂପ ରଙ୍ଗ ବାସରେ
ହେଲେ ମଜଗୁଲ ।
ନାଚୁଥିଲା ପବନରେ ସେ
ହସୁଥିଲା ଜହ୍ନ ଜୋଛନାରେ
ମୁହଁ ପଖାଳୁ ଥିଲା କାକରରେ
ଖୁସିରେ ଆତ୍ମ ହରା ହେଉଥିଲା
ବଗିଚା ।
ହଠାତ୍ ଦିନେ
ସକାଳୁ ଦେଖିଲି
ଫୁଲଟିକୁ ଛିଣ୍ଡେଇ କିଏ
ଫିଙ୍ଗିଛି
ଏଣେ ତେଣେ
ବଗିଚା କାନ୍ଦୁଛି
ତୁହା ତୁହା
ମୃତ ଫୁଲ ।
କିଏ ସେ ଅମଣିଷ
କେମିତି ହାତ ଗଲା
କୋମଳ ସତେଜ
ଏଇ ଏଇ ଫୁଟିଥିବା
ଫୁଲକୁ ଛିଣ୍ଡେଇଲା ।
ଅନେକ ହେଲା ହୋ ହାଲ୍ଲା
କିନ୍ତୁ ଫାଇଲ ତଳେ
ଚାପି ହୋଇଗଲା
ଫୁଲ ଛିଣ୍ଡେଇଥିବା
ମଣିଷ ଟି ନାଁ ।